ଡାକ୍ତରଖାନାରୁ ନବଜାତ ଶିଶୁପୁତ୍ର ଚୋରି ଘଟଣା, ଆନ୍ଧ୍ରରୁ ଦମ୍ପତି ସମେତ ୩ ଗିରଫ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିସ୍ଥିତ ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟରୁ ୪ ଦିନର ନବଜାତ ଶିଶୁପୁତ୍ର ଚୋରି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ବାତିଲି ଥାନା ଅନ୍ତର୍ଗତ ଭାଳେରୁ ଗ୍ରାମରୁ ରବିବାର ଏକ ଦମ୍ପତି ଓ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଜେ. ମାଧୁରୀଙ୍କର କୌଣସି ସନ୍ତାନ ନ ଥିବାରୁ ଏହି ନବଜାତ ଶିଶୁପୁତ୍ରରୁ ଚୋରି କରିଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି। ଚୋରିରେ ସହଯୋଗ କରିଥିବା ତାଙ୍କ ସ୍ବାମୀ ଜେ. କୋଡାୟା ଏବଂ ଅନ୍ୟ ଜଣେ ମହିଳା ଜେ. ସରସ୍ବତୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

Comments are closed.