ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର, ୩ ଅଟକ

ଚୌଦ୍ୱାର : ଚୌଦ୍ୱାର କଲେଜ ସମ୍ମୁଖରେ ଥିବା ତାରିଣୀ ବସ୍ତ୍ରାଳୟ ନାମକ ଏକ ବ୍ୟବସାୟ ପ୍ରତିଷ୍ଠାନର ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଚୌଦ୍ୱାର ପୋଲିସ୍ ୩ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି । ଘଟଣାରୁ ପ୍ରକାଶ ଯେ, ବୁଧବାର ଅପରାହ୍ନରେ ସ୍ଥାନୀୟ ଏକ ଜିମ୍ ସେଣ୍ଟରରେ ଏସି ମେସିନ୍ ଲଗାଇବାକୁ ଆସିଥିବା ୩ଜଣ ଯୁବକ ଜିମରେ ଏସି ଲଗାଇସାରି ମଦ୍ୟପାନ କରି ଆସି ପାଖରେ ଥିବା ତରିଣୀ ବସ୍ତ୍ରାଳୟ ସମ୍ମୁଖରେ ଛିଡ଼ାହୋଇ ଦୋକାନ କର୍ମଚାରୀ ସୁବ୍ରତ କୁମାର ସାହୁଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲେ। ସୁବ୍ରତ ଏହାର ପ୍ରତିବାଦ କରିବାରୁ ମଦ୍ୟପ ଯୁବକ ୩ଜଣ ନିଜକୁ ଜଣେ ପୋଲିସର ପରିଚୟ ଦେଇ ତାଙ୍କୁ ନିସ୍ତୁକ ମାଡ଼ମାରି ଆହତ କରିବା ସହିତ ପାଖରେ ଏହାର ପ୍ରତିରୋଧ କରିବାକୁ ଥିବା ଲୋକମାନଙ୍କୁ ମଧ୍ୟ ମାଡ ମାରି ଥିଲେ। ବସ୍ତ୍ରାଳୟ ମାଲିକ ସୂଧିର ରଞ୍ଜନ ସିଂଙ୍କ,ସୁବ୍ରତ ସାହୁ ଓ ଅସିମ ଦାସଙ୍କ ଠାରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ୩ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଛି ।

Comments are closed.