ଦାଦାବଟି ମାଗିବା ଅଭିଯୋଗରେ ୩ ଗିରଫ

ପିପିଲି : ଦାଦାବଟି ମାଗିବା ଅଭିଯୋଗରେ ପିପିଲି ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ନିଜିଗଡକୁରୁଖି ଗ୍ରାମର ଅମରେନ୍ଦ୍ର ପାତ୍ର ଓରଫ ଚିକୁ (୨୯), ରାଜେନ୍ଦ୍ର ପାତ୍ର ଓରଫ ଟୁଲା (୩୮) ଓ ଜଟଣୀ ଥାନା ନିରଞ୍ଜନପୁର ଗ୍ରାମର ଶ୍ରୀମନ୍ତ ସୁନ୍ଦରା (୩୫) । କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ଅଞ୍ଚଳରେ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଜନୈକ ପ୍ରେମାନନ୍ଦ ଦାସ ନିଜର ଏକ ସଂସ୍ଥା ପାଇଁ ପାଚେରୀ ନିର୍ମାଣ କରୁଥିବା ବେଳେ ଉପରୋକ୍ତ ଅଭିଯୁକ୍ତମାନେ ପାଚେରୀ କାର୍ଯ୍ୟ ବନ୍ଦ କରିଦେବା ସହ ତାଙ୍କୁ ଦାଦାବଟି ମାଗିଥିବା ନେଇ ପିପିଲି ପୁଲିସରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଏହି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପ୍ରୟାସ ଜାରି ରହିଥିବା ସଂପର୍କରେ  ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି ।

Comments are closed.