ବିଧାୟକଙ୍କ ବାସଭବନରେ ତାଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ; ୩ ଗିରଫ

ଗଜପତି : ପାରଳାଖେମୁଣ୍ଡି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବିଧାୟକ କେ.ନାରାୟଣ ରାଓଙ୍କ ବାସଭବନରେ ପଶି ତାଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ୨ ଦିନ ମଧ୍ୟରେ ପୁଲିସ ଆଜି ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ, ୩ଟି ମୋବାଇଲ ଜବତ କରିଛି। ଏନେଇ ଏସଡିପିଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା￰ ଦେଇଛନ୍ତି । ସେମାନେ ଟଙ୍କା ଲୁଟ କରିବା ଉଦ୍ଦେଶରେ ଯାଇ ଥିଲେ,କିନ୍ତୁ ମାଉସୀ ପାଟି କରିବାରୁ ମରଣାନ୍ତକ ଆକ୍ରମଣ କରି ଚାଲି ଯାଇଥିଲେ ବୋଲି ସେ କହିଛନ୍ତି ।
ସୂଚନା ଯୋଗ୍ୟ, ନଭେମ୍ବର ୨୫ ସନ୍ଧ୍ୟାରେ ଦୁଇ ଜଣ ଅଜଣା ଯୁବକ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ (ବିଜେପି) ଘରେ ପ୍ରବେଶ କରି ତାଙ୍କ ମାଉସୀ ପି.ତାତାମ୍ମାଙ୍କୁ (୬୫) ଆକ୍ରମଣ କରିଥିଲେ। ୨ ଜଣ ଦୁର୍ବୃତ୍ତ ଘରେ ପଶି ଲୁଟ ଉଦ୍ୟମ କରିବା ସହ ତାଙ୍କୁ ମରଣାନ୍ତ ଆକ୍ରମଣ କରିଥିଲେ।

Comments are closed.