୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ଇ-ନାମଲେଖା ଆବେଦନ; ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ

ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ଇ-ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା । ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ପ୍ରକାଶିତ ହୋଇଛି ବିଜ୍ଞପ୍ତି ।  ସୂଚନା ଅନୁସାରେ ପ୍ରଥମ ମେରିଟ ଲିଷ୍ଟ ଆସନ୍ତା ୨୮ ତାରିଖରେ ପ୍ରକାଶ ପାଇବ ଏବଂ ସେହିଦିନଠାରୁ ନାମଲେଖା ନିମନ୍ତେ ଫି’ ଅନଲାଇନରେ ଜମା କରାଯାଇ ପାରିବ ।  ସେହିପରି ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରିଛି। ଏଥିସହିତ ସେହି ୮ ତରିଖରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ ହୋଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି।

Comments are closed.