ଦିନକରେ ୩.୩୩ ଲକ୍ଷ ଟିକାଦାନ

ଭୁବନେଶ୍ବର : ରାଜ୍ୟରେ ସୋମବାର ୧୮୭୮ଟି କେନ୍ଦ୍ରରେ ୩ ଲକ୍ଷ ୩୩ହଜାର ୮୬ ହିତାଧିକାରୀ ଟିକା ନେଇଛନ୍ତି । ଫଳରେ ଟିକାକରଣ ସଂଖ୍ୟା ୩କୋଟି ୩୦ଲକ୍ଷ ୭ହଜାର ୩୯୩ରେ ପହଞ୍ଚିଛି । ଗର୍ଭବତୀଙ୍କୁ ୨ଲକ୍ଷ ୧୦ହଜାର ୨୯୮ଟିକା ଦିଆଯାଇଛି । ତେବେ ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗଙ୍କୁ ମେ’ରୁ ଦିଆଯାଉଥିବା ଟିକାକରଣ ଅଭିଯାନରେ ଏହି ବର୍ଗଙ୍କ ପ୍ରଥମ ପାନ ଟିକାକରଣ ସଂଖ୍ୟା ୯୯ଲକ୍ଷ ୨୨ହଜାର ୧୭୬ରେ ପହଞ୍ଚିଛି । ଆସନ୍ତାକାଲି ଏହି ବର୍ଗଙ୍କ ପ୍ରଥମ ପାନ ଟିକାକରଣ ୧କୋଟି ଟପିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Comments are closed.