ହାଇଦରାବାଦ ଟେଷ୍ଟ : ଭାରତ ପାଇଁ ବିଜୟ ଲକ୍ଷ୍ୟ ୭୨ ରନ

0

ହାଇଦରାବାଦ : ୱେଷ୍ଟଇଣ୍ଡିଜ୍‍ ବିରୁଦ୍ଧରେ ଏଠାରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟଚରେ ଭାରତ ସହଜ ବିଜୟ ଆଡକୁ ଅଗ୍ରସର ହେଉଛି । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୨୭ ରନରେ ଅଲ ଆଉଟ ହେବା ପରେ ଭାରତ ପାଇଁ ମାତ୍ର ୭୨ ରନର ବିଜୟ ଲକ୍ଷ୍ୟ ରହିଛି । ତେଣୁ ରାଜକୋଟ ଟେଷ୍ଟ ଭଳି ଭାରତ ଆଉ ଏକ ସହଜ ବିଜୟ ହାସଲ କରିବାକୁ ଯାଉଛି।

ମ୍ୟାଚର ତୃତୀୟ ଦିନରେ ଭାରତ ରବିବାର ୱେଷ୍ଟଇଣ୍ଡିଜ୍‍ ବିରୁଦ୍ଧରେ ପ୍ରଥମ ଇନିଂସରେ  ୩୬୭ ରନ୍‍ କରି ଅଲ୍‍ଆଉଟ୍‍ ହୋଇଯାଇଥିଲା । ପରେ ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ମାତ୍ର ୧୨୭ ରନରେ ଅଲ ଆଉଟ ହୋଇଯାଇଛି । ଫଳରେ ଭାରତଠାରୁ ୭୧ ରନ ଆଗୁଆ ରହିଛି । ତେଣୁ ଭାରତ ପାଇଁ ମାତ୍ର ୭୨ ରନର ବିଜୟ ଲକ୍ଷ୍ୟ ରହିଛି।  ଭାରତ ପକ୍ଷରୁ ଉମେଶ ଯାଦବ ୪ଟି, ରବୀନ୍ଦ୍ର ଜାଡେଜା ୩ଟି, ଅଶ୍ବିନ ୨ଟି ଏବଂ କୂଳଦୀପ ଯାଦବ ଗୋଟିଏ ୱିକେଟ ଅକ୍ତିଆର କରି  ୱେଷ୍ଟଇଣ୍ଡିଜକୁ ୧୨୭ ରନରେ ଅଲ ଆଉଟ କରିଦେଇଥିଲେ।

ୱେଷ୍ଟଇଣ୍ଡିଜ୍‍ ଦଳ ପ୍ରଥମ ଇନିଂସରେ ୩୧୧ ରନ୍‍ କରିଥିଲା । ପୂର୍ବରୁ ରାଜକୋଟ୍‍ରେ ପ୍ରଥମ ଟେଷ୍ଟ ମ୍ୟାଚ୍‍ ଜିତି ଭାରତ ୧-୦ରେ ଆଗୁଆ ରହିଛି। ତେଣୁ ଏହି ବିଜୟ ସହିତ ଭାରତ ୨-୦ରେ ସିରିଜ ବିଜୟୀ ହେବାକୁ ଯାଉଛି।

Leave A Reply