ପୁଣେ ଟେଷ୍ଟ; ଗୋଟିଏ ଇନିଂସ ଓ ୧୩୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ ହାତେଇଲା ଭାରତ

ପୁଣେ : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ପୁଣେରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ ଓ ୧୩୭ ରନରେ ହରାଇଛନ୍ତି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଠ ଟେଷ୍ଟ ସିରିଜକୁ ୨-୦ରେ ହାତେଇନେଇଛି।

ପ୍ରଥମ ଇନିଂସରେ ଅଧିନାୟକ ବିରାଟ କୋହଲିଙ୍କ ୨୫୪ରନ୍ ବଳରେ ଭାରତ ୬୦୧ ରନ କାରି ପାଳି ଘୋଷଣା କରିଥିଲା। ଭାରତର ୬୦୧ ରନ ଜବାବରେ ଦକ୍ଷିଣ ଆଫ୍ରିକା ୩ୟ ଦିବସ ଶେଷ ସୁଦ୍ଧା ୨୭୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହା ପରେ ଭାରତ ଭ୍ରମଣକାରୀ ଦଳକୁ ଫଲୋଅନ୍‌ ଦେଇଥିଲା। ଫଳରେ ୪ର୍ଥ ଦିନରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଆରମ୍ଭ କରିଥିଲା। ତେବେ ବିନା କୌଣସି ରନରେ ଦଳ ପ୍ରଥମ ୱିକେଟ ହରାଇଥିଲା। ଏଡେନ ମର୍କରମ ଇଶାନ୍ତ ଶର୍ମାଙ୍କ ବଲରେ ଏଲବିଡବ୍ଲୁ ହୋଇ ପ୍ୟାଭିଲିୟନକୁ ଫେରିଯାଇଥିଲେ। ପରେ ପରେ ଥିଉନିସ ଡି ବ୍ରୁଇନ, ଫାପ ଡୁ ପ୍ଲେସିସ୍‌, ଡିନ ଏଲଗାର ଏବଂ ଡି କକ୍‌ ଜଣକ ପରେ ଜଣେ ଆଉଟ ହୋଇଯାଇଥିଲେ। ଏଲଗାର ୪୮ ରନ କରିବାରେ ସମର୍ଥ  ହୋଇଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ।

ଭାରତ ପକ୍ଷରୁ ଉମେଶ ଯାଦବ ଓ ରବିନ୍ଦ୍ର ଜାଡେଜା ତିନୋଟି ଲେଖାଏ ୱିକେଟ ନେଇଥିଲେ।

 

Comments are closed.