ରବିବାର ଦ୍ୱିତୀୟ ପର୍ଯ୍ୟାୟ ସମବାୟ ନିର୍ବାଚନ

ଭୁବନେଶ୍ୱର :  ଆସନ୍ତାକାଲି (ରବିବାର) ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏଥିରେ ୩ ଲକ୍ଷ ୮୫ ହଜାର ୪୮ ଭୋଟର ମତଦାନ କରିବେ। ସକାଳ ୭ ଟା ଠାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଭୋଟ ଗ୍ରହଣ ସରିବା ପରେ ଭୋଟ ଗଣତି ହେବ।
ଦ୍ୱିତୀୟ ପର୍ଯ୍ୟାୟରେ ୬୪୩ଟି ସମବାୟ ସମିତିରେ ମତଦାନ ହେବ । ୩୦୧୨ ସମବାୟ ସମିତିରୁ ୨୩୬୯ରେ ନିର୍ବାଚନ ହେବ ନାହିଁ । ପ୍ରାର୍ଥୀମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବାରୁ ୨୩୬୯ରେ ଭୋଟିଂ ହେବ ନାହିଁ । ୧୫୫ଟି ସମ୍ବେଦନଶୀଳ ବୁଥ୍ ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comments are closed.