୨ୟ ଭାରତ ଓପନ୍‍ ଆନ୍ତର୍ଜାତିକ ବକ୍ସିଂ ଟୁର୍ଣ୍ଣାମେଣ୍ଟ : ୨୨ ଭାରତୀୟ ମହିଳା ପ୍ରତିଯୋଗୀ ସେମିଫାଇନାଲରେ

ଗୁଆହାଟୀ : ଏଠାରେ ଚାଲିଥିବା ଦ୍ୱିତୀୟ ଭାରତ ଓପନ୍‍ ଆନ୍ତର୍ଜାତିକ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଏମ୍‍.ସି. ମାରିକମ୍‍ଙ୍କ ସମେତ ୨୨ ଜଣ ଭାରତୀୟ ମହିଳା ପ୍ରତିଯୋଗୀ ସେମିଫାଇନାଲରେ ପ୍ରବେଶ କରି ଦେଶପାଇଁ ପଦକ ବିଜୟୀ ହେବା ସୁନିଶ୍ଚିତ କରିଛନ୍ତି।

ମ୍ୟାରିକମ୍‍ ନେପାଳର ମାଲାରାୟଙ୍କୁ ଗତରାତିରେ କ୍ୱାର୍ଟର୍‍ ଫାଇନାଲ୍‍ ମ୍ୟାଚରେ ସହଜରେ ପରାସ୍ତ କରିଥିଲେ।
ସେ ସେମିଫାଇନାଲର ୫୧ କିଲୋଗ୍ରାମ୍‍ ଶ୍ରେଣୀରେ ନିଖାତ୍‍ ଜରିନ୍‍ଙ୍କୁ ଭେଟିବେ। ଆସାମର ଯମୁନା ବୋରୋ, ଅଙ୍କୁଶିତା ବୋରା ଓ ପ୍ୱିଲାଓ ବସୁମତାରୀ ମଧ୍ୟ ସେମିଫାଇନାଲ୍‍କୁ ଉନ୍ନୀତ ହୋଇଛନ୍ତି।

Comments are closed.