ଆଜିଠାରୁ ଭାରତ-ବାଂଲାଦେଶ ମିଳିତ ନୌ-ସମରାଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ

ଭାରତ-ବାଂଲାଦେଶ ମିଳିତ ନୌ-ସମରାଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। ବଙ୍ଗୋସାଗର ନାମରେ ନାମିତ ଏହି ସମରାଭ୍ୟାସ ଉତ୍ତର ବଙ୍ଗୋପସାଗରରେ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏଥିରେ ଦୁଇ ଦେଶର ନୌ-ଜାହାଜ ତଥା ହେଲିକପ୍ଟର ଅଂଶଗ୍ରହଣ କରିବେ। ଉଭୟ ନୌସେନାର ଜାହାଜଗୁଡ଼ିକ ଭୂପୃଷ୍ଠ ଯୁଦ୍ଧ ଡ୍ରିଲ, ସାମୁଦ୍ରିକ ବିବର୍ତ୍ତନ ଏବଂ ହେଲିକପ୍ଟର କାର୍ଯ୍ୟରେ ଭାଗ ନେବେ। ଭାରତ ଓ ବାଂଲାଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ତଥା ନୌସେନାର ଶକ୍ତିବୃଦ୍ଧି କ୍ଷେତ୍ରରେ ଏଭଳି ସମରାଭ୍ୟାସର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ବଙ୍ଗବନ୍ଧୁ ସେକ୍‍ ମୁଜିବୁର୍‍ ରେହମାନଙ୍କ ୧୦୦ତମ ଜନ୍ମବାର୍ଷିକୀ ମୁଜିବ ବର୍ଷୋ ପାଳନ ଅବସରରେ ଏହି ନୌ-ସମରାଭ୍ୟାସ ଅନୁଷ୍ଠିତ ହେଉଛି। ଏହାର ତୃତୀୟ ସଂସ୍କରଣ ଆସନ୍ତାକାଲି ଏବଂ ସୋମବାର ଦିନ ଅନୁଷ୍ଠିତ ହେବ।

Comments are closed.