ରାଜ୍ୟରେ ୨ୟ କରୋନା ମୃତ୍ୟୁ, କିମ୍‌ସରେ ଆଖିବୁଜିଲେ ମଧୁସୂଦନ ନଗର ଅଞ୍ଚଳର ବୃଦ୍ଧ

ଭୁବନେଶ୍ଵର: କରୋନା ଭୂତାଣୁ ରାଜ୍ୟରେ ୨ୟ ମୁଣ୍ଡ ନେଇଛି। ମୃତକ ଜଣକ ହେଉଛନ୍ତି ଜଣେ ବୃଦ୍ଧ ଓ ସେ ଭୁବନେଶ୍ଵରର ମଧୁସୂଦନନଗର ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୭୭ବର୍ଷୀୟ ଏହି ବୃଦ୍ଧ ଜଣକ କିମ୍‌ସ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେ ଡାଇବେଟିସ ଏବଂ କିଡନୀ ଜନିତ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ଵର ଝାରପଡ଼ା ଅଞ୍ଚଳର ଜଣେ ୭୨ ବର୍ଷୀୟ ବୃଦ୍ଧି କରୋନା ଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହା ରାଜ୍ୟର ପ୍ରଥମ ମୃତ୍ୟୁ ଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୧୫ ଜଣ ଏବେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

Comments are closed.