କେରଳରେ ୨ୟ ‘କରୋନା’ ଆକ୍ରାନ୍ତ ଚିହ୍ନଟ

ଥିରୁଭାନନ୍ତପୂରମ: ଭାରତରେ ନୋଭେଲ କରୋନା ଭାଇରସର ୨ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ଘର କେରଳରେ। ସେ ନିକଟରେ ଚୀନ ଯାଇଥିଲେ। ସେଠାରୁ ଫେରିବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଏକ ହସ୍ପିଟାଲରେ ଆଇସୋଲେଶନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଗତ ଗୁରୁବାର ପ୍ରଥମ କରୋନା ମାମଲା କେରଳରୁ ହିଁ ଚିହ୍ନଟ ହୋଇଥିଲା। ଥ୍ରୀଶୁରର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେ.କେ. ଶୈଲଜା କହିଛନ୍ତି, ନୂଆ ଚିହ୍ନଟ ହୋଇଥିବା ରୋଗୀଙ୍କୁ ଅଲପୂଜା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ସୁଦ୍ଧା ପୁଣେସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜିରୁ ରିପୋର୍ଟ ମିଳିନାହିଁ। କରୋନାର ସମସ୍ତ ଲକ୍ଷଣ ତାଙ୍କଠାରେ ରହିଥିବାରୁ ରିପୋର୍ଟ ପଜିଟିଭ୍‌ ଆସିବାର ସମ୍ଭାବନା ରହିଛି, କିନ୍ତୁ ରିପୋର୍ଟ ମିଳିବା ପରେ ହିଁ ଏ ନେଇ ସ୍ପଷ୍ଟ କରାଯାଇ ପାରିବ।

Comments are closed.