ବିଦ୍ୟୁତ୍‍ ସଂସ୍ପର୍ଷରେ ଆସି ସ୍ୱାମୀ, ସ୍ତ୍ରୀ ମୃତ

ମୁଖିଗୁଡ଼ା : କଳାହାଣ୍ଡି ଜିଲା ମୁଖିଗୁଡ଼ାରେ ସୋମବାର ବିଦ୍ୟୁତ୍‍ ସଂସ୍ପର୍ଷରେ ଆସି ସ୍ୱାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡ଼ା ସେକ୍ଟର ୨ କ୍ୱାର୍ଟର ନଂ. ଏଫ୍‍ ୧୬୪ ରେ ରହୁଥିବା ଅଶୋକ ନାଗ ୪୦ ଓଡ଼ିଶା ଜଳ ବିଦ୍ୟୁତ ନିଗମରେ ସୁରକ୍ଷା କର୍ମୀ ଭାବରେ କାମ କରୁଥିଲେ। ସୋମବାର ପ୍ରାୟ ଅପରାହ୍ନ ୪.୩୦ ସମୟରେ ଅଶୋକଙ୍କ ସ୍ତ୍ରୀ ରାଧା ନାଗ(୩୫) ଗାଧୋଇ ସାରିବା ପରେ କପଡ଼ା ତାରରେ ଶୁଖାଉ ଥିବା ବେଳେ ବିଦ୍ୟୁତ୍‍ ସଂସ୍ପର୍ଷରେ ଆସିଥିଲେ। ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅଶୋକ ମଧ୍ୟ ବିଦ୍ୟୁତ୍‍ ସଂସ୍ପର୍ଷରେ ଆସି ମୃତ୍ୟୁ ବରଣ କରିଥିଲେ। ମୃତ ଅଶୋକଙ୍କର ଦୁଇ ବର୍ଷର ଏକ ଶିଶୁ ପୁତ୍ର ଏବଂ ତିନି ବର୍ଷର ଏକ ଶିଶୁ କନ୍ୟା ଅଛନ୍ତି। ମୃତ୍ୟୁ ସ୍ୱାମୀ, ସ୍ତ୍ରୀଙ୍କର ଅଦ୍ୟାବଧ ମୃତଦେହ ବ୍ୟବଛେଦ କରାଯାଇ ନାହିଁ। ଜୟପାଟଣା ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ ଜାରି ରଖିଛନ୍ତି।

Comments are closed.