ବାରହାକୁ ଧକ୍କା ଦେଲା କାର ; ୩ ମୃତ, ୩ ଆହତ

ଢେଙ୍କାନାଳ : ଢେଙ୍କାନାଳ ଜିଲା କମଗରା ନିକଟରେ ବାରହାକୁ ଧକ୍କା ଦେଇ ଏକ କାର ଓଲଟି ପଡିଛି। ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି। ଏକ ପରିବାରର ଜଣେ ବୃଦ୍ଧ, ତାଙ୍କ ସ୍ତ୍ରୀ ଓ ବୋହୁଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ଓ ଦୁଇ ନାତି ନାତୁଣୀ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ସମୟରେ କାମାକ୍ଷାନଗର-ଢେଙ୍କାନାଳ ରାସ୍ତାରେ କାରଟି ବାରହାକୁ ଧକ୍କା ଦେଇଥିଲା।

Comments are closed.