ଗାତରେ ପଡ଼ି ଦୁଇ ଶିଶୁ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବେଳପାହାଡ଼ ମ୍ୟୁନିସିପାଲିଟି ଅନ୍ତର୍ଗତ ନୂଆପଡା ଠାରେ ଗାତରେ ପଡ଼ି ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଓପିଜିସି କାରଖାନାର ରେଲୱେ ଲାଇନ ପ୍ରକଳ୍ପ ପାଇଁ ଗାତ ଖୋଳାଯାଇଥିଲା। ନୂଆପଡାର ମୃତକ ଚନ୍ଦନ ସାବତ(୯) ଏବଂ ଅଭିନାଶ ସ୍ୱାଇଁ(୧୨) ସହିତ ଅନ୍ୟ ଦୁଇଜଣ ବାଳକ କୌଣସି କାମରେ ସେହିଠାକୁ ଯାଇଥିଲେ। କୌଣସି କାରଣରୁ ଚାରିଜଣ ଖୋଳା ଯାଇଥିବା ଗାତରେ ପଡ଼ିଯାଇଥିଲେ। ପରେ ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ବାଳକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇଜଣ ଗାତରେ ଫସି ରହିଥିଲେ। ତେବେ ସନ୍ଧ୍ୟାରେ ତାଙ୍କର ମୃତଦେହକୁ ପୁଲିସ ଉଦ୍ଧାର କରିଛି ।

Comments are closed.