୨୦୦ କେଜି ମହୁଲ ଜବତ, ୨ଗିରଫ

ଫୁଲବାଣୀ : ବେଆଇନ ମଦ ରାନ୍ଧିବା ପାଇଁ ୨ କ୍ୟୁଂଟାଲ ମହୁଲ ଚାଲାଣ ବେଳେ ରାଇକିଆ ପୁଲିସ୍‍ ଅଟୋ ସହ ମହୁଲ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ରାଇକିଆ ଥାନା ଅନ୍ତର୍ଗତ କୁମ୍ଭାରଖଡି ଗ୍ରାମର ଅଚ୍ୟୁତାନନ୍ଦ ଦିଗାଲ ଓ ବୁଲୁ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ତରୁଣ ତପନ ବେହେରା ସୂଚନା ମିଳିଛି।

ମାଣିକଶ୍ୱେର ପଂଚାୟତର କୁମ୍ଭାରିଖଡ଼ି ଅଞ୍ଚଳରୁ ଜବତ ଅଟୋ ଦ୍ୱାରା ମହୁଲ ରାଇକିଆ ଅଣାଯାଉଥିବାବେଳେ ମାଣିକେଶ୍ୱର ନିକଟରେ ପୁଲିସ୍‍ ଅଟକାଇ ତନଖୀ ବେଳେ ଜବତ କରିଛି। କେସ ନଂ ୫୭/୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

Comments are closed.