ଗୁରୁବାର ରାଶିଫଳ ( ୩୦। ୪। ୨୦୨୦ )

ମେଷ: ପରିଶ୍ରମର ଅତ୍ୟଧିକ ହେଲେ ବି; ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କିଛିଟା ସୁଖ ପାଇ ପାରନ୍ତି। ଧନ, ପୁତ୍ର କଳତ୍ର ଓ ମିତ୍ରଯୁକ୍ତ ହେବେ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ।

ବୃଷ: ଉନ୍ନତିମୂଳକ କାର୍ଯ୍ୟ ପାଇଁ ମାର୍ଗ ଉନ୍‌ମୁକ୍ତ ରହିଛି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଭଗବତ ଚିନ୍ତାରେ ନିମଗ୍ନ ହୋଇପାରନ୍ତି। ଦେବ ଦର୍ଶନର ସୁଯୋଗ ଅଛି। ସରକାରୀ ଲାଭ ମିଳିବ।

ମିଥୁନ: ବିଷାଦିତ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖାଦେଇପାରେ। ବେପାର ବାଣିଜ୍ୟରେ ଅଧିକ ଲାଭ ହେବ। ଜନପ୍ରିୟ ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସଙ୍ଗୀତପ୍ରିୟ ହୋଇପାରନ୍ତି। ଯଶସ୍ବୀ ହେବେ। ସରକାରୀ ଧନ ମିଳିବ।

କର୍କଟ: ବିକାଶମୂଳକ କାର୍ଯ୍ୟ ପାଇଁ ମାର୍ଗ ରହିଛି। ଆୟ ପରିମାଣ ବୃଦ୍ଧି ପାଇବ। ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ସିଂହ: ମନରେ ଅହଂଭାବ ଦେଖାଦେଇପାରେ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିବା ସବୁଠୁଁ ଭଲ। ଶୁଭକାର୍ଯ୍ୟ ବର୍ଜନୀୟ, ବନ୍ଧୁମାନଙ୍କ ବିରୋଧରେ ସମ୍ମୁଖୀନ ହେଲେବି; ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିବେ।

କନ୍ୟା: ଶୁଭଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ଓ ଗୁଣଜ୍ଞ ହେବେ।

ତୁଳା: ନିଜ ବୁଦ୍ଧି ବଳରେ କାର୍ଯ୍ୟ କରି ସଫଳତା ପାଇବେ। ଉଚ୍ଚଆଶା ଫଳବତୀ ହେବ। ଶୁଭ ଖବର ପାଇ ଖୁସି ହେବେ। କର୍ମକ୍ଷେତ୍ର ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

ବିଛା: କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ କ୍ଷମତାର ସଦ୍‌ବ୍ୟବହାର କରି ସୁନାମ ଅର୍ଜନ କରିବେ। ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ। ଭକ୍ତିଗାଥା ଶୁଣିବା ପାଇଁ ଇଚ୍ଛା କରିବେ। ପାରିବାରିକ ଜୀବନ ସୁଖପ୍ରଦ ହେବ।

ଧନୁ: ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ। ଆଶ୍ବସ୍ତି ମିଳିବ।

ମକର: ସଦ୍‌ଗୁରୁଙ୍କ ଆଶୀର୍ବାଦ ପାଇ ନିର୍ଭୀକ ହେବେ। ସୁଖକର ଘଟଣାମାନ ଘଟିପାରେ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।

କୁମ୍ଭ: ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଶତ୍ରୁ ଆପଣାଛାଏଁ ଅପସରି ଯିବ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁସମ୍ବାଦ ପାଇ ଖୁସି ହେବେ। ଦିନଟି ଶୁଭଙ୍କର। ଋଣପରିଶୋଧ କରିବେ।

ମୀନ: ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।

Comments are closed.