ବର୍ଷ ଶେଷଦିନ ରାଜ୍ୟରେ ଚିହ୍ନଟ ହେଲେ ୨୯୮ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର: ୨୦୨୧ ବର୍ଷର ଶେଷଦିନ ରାଜ୍ୟରେ ୨୯୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ କୋଭିଡ ସଂକ୍ରମଣର ଦୈନିକ ଗ୍ରାଫ ସିଧା ଉପରମୁହାଁ ହୋଇଛି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୭୬ ଓ ସ୍ଥାନୀୟ ସଂକ୍ରମିତ ୧୨୨ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୩ ଜଣ ରହିଥିବା ଜଣାଯାଇଛି। ବାଲେଶ୍ୱରରୁ ୮, ବଲାଙ୍ଗିର ୧, କଟକ ୩୫, ଦେବଗଡ ୧, ଗଞ୍ଜାମ ୨, ଜଗତସିଂହପୁର ୯, ଯାଜପୁର ୧୦, ଝାରସୁଗୁଡା ୮, କେନ୍ଦ୍ରାପଡା ୫, କେନ୍ଦୁଝର ୮ ଓ ଖୋର୍ଦ୍ଧାରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୟୁରଭଞ୍ଜ ୬, ନବରଙ୍ଗପୁର ୧, ନୟାଗଡ ୩, ରାୟଗଡା ୨, ସମ୍ବଲପୁର ୧୩, ସୋନପୁର ୨, ସୁନ୍ଦରଗଡ ୨୩ ଓ ଷ୍ଟେଟପୁଲରୁ ୨୮ ଜଣଙ୍କୁ ଚିହ୍ନଟ କରାଯାଇଛି।

Comments are closed.