ରାତି ୧୧ଟା ସୁଦ୍ଧା ମୁଖ୍ୟ ସମ୍ବାଦ(୮ ମେ’ ୨୦୨୧)

-ସରକାରୀ ପ୍ରାୟୋଜିତ ଘରୋଇ ହସ୍‌ପିଟାଲ୍‌ରେ ବି ହୋଇପାରିବ ଟିକାକରଣ। ଘରୋଇ ହସ୍‌ପିଟାଲ୍‌ରେ ଟିକାକରଣ ନେଇ ଏସ୍‌ଓପି ଜାରି କଲେ ରାଜ୍ୟ ସରକାର।
-୧୮ରୁ ୪୪ବର୍ଷ ବର୍ଗର ବ୍ୟକ୍ତି ଘରୋଇ ହସ୍‌ପିଟାଲ୍‌ରେ ନେଇପାରିବେ ଟିକା। ରାଜ୍ୟ ସରକାର ଘରୋଇ ହସ୍‌ପିଟାଲ୍‌କୁ ମାଗଣାରେ ଯୋଗାଇ ଦେବେ ଟିକା। ଘରୋଇ ହସ୍‌ପିଟାଲ୍‌ ଏ ନେଇ ଡୋଜ୍‌ ପିଛା ୧୦୦ଟଙ୍କା ଆଦାୟ କରିପାରିବେ।
-ରାଜ୍ୟର ଅଧିକ ସଂକ୍ରମଣ ବ୍ୟାପୁଥିବା ୫ଟି ମହାନଗର ନିଗମରେ ପ୍ରାଥମିକତାରେ ଟୀକାକରଣ କରାଯିବ, ପରେ ଅନ୍ୟାନ୍ୟ ଜିଲ୍ଲାରେ ଟୀକାକରଣ କରାଯିବ
-କରୋନା ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହେଲା ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ବାରା ପ୍ରସ୍ତୁତ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି), ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କଲା ଡିସିଜିଆଇ, ଏହି ଔଷଧ ବ୍ୟବହାର ଦ୍ବାରା ରୋଗୀଙ୍କୁ କମ୍‌ ଅମ୍ଳଜାନ ଦରକାର ପଡ଼ିବ
-ଦେଶରେ ଏପର୍ଯ୍ୟନ୍ତ ୧୬କୋଟି ୭୩ ଲକ୍ଷ ଲୋକ କୋଭିଡ ଟିକା ନେଇସାରିଛନ୍ତି, ୧୮ରୁ ୪୪ ବର୍ଷ ବୟସର ୧୪ ଲକ୍ଷ ୮୮ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଥମ ପାନ ଟିକା ନେଇଛନ୍ତି
-ଅମ୍ଳଜାନ ଆବଣ୍ଟନ ପାଇଁ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ
-ଏଣିକି ମେଡ଼ିକାଲ୍‌ରେ ଭର୍ତ୍ତି ପାଇଁ କୋଭିଡ୍‌ ପଜିଟିଭ୍ ରିପୋର୍ଟ ବାଧ୍ୟତାମୂଳକ ନୁହେଁ, କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ନ ଥିଲେ ମଧ୍ୟ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇପାରିବେ
-ସାମାନ୍ୟ ଲକ୍ଷଣ ଦେଖାଯାଇଥିଲେ ରୋଗୀଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା
-ଗତ ୭ ଦିନ ହେବ ଦେଶର ୧୮୦ ଜିଲାରେ ସଂକ୍ରମଣ ଶୂନ ରହିଛି, ଏସବୁ ଜିଲାରେ ୭ ଦିନ ହେବ କୌଣସି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି
-ଦେଶରେ କୋଭିଡ-୧୯ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି କାରାଗାରଗୁଡିକରେ ଭିଡ କମାଇବାକୁ ସୁପ୍ରିମକୋର୍ଟଙ୍କ ଆଦେଶ। ଆବଶ୍ୟକ ନଥିଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବାକୁ ପରାମର୍ଶ
-ହାଇଦରାବାଦ ପରେ ଉତ୍ତର ପ୍ରଦେଶର ଇଟାୱା ସଫାରି ପାର୍କରେ ଦୁଇ ସିଂହୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

 

-ପାକିସ୍ତାନରେ ଜଣେ ହିନ୍ଦୁ ମହିଳା ସାନା ରାମଚାନ୍ଦ ଦେଶର ସମ୍ମାନଜନକ ସେଣ୍ଟ୍ରାଲ ସୁପରିଅର ସର୍ଭିସେସ (ସିଏସଏସ) ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେ ପାକିସ୍ତାନ ପ୍ରଶାସନିକ ସେବା (ପିଏଏସ)ରେ ଯୋଗଦେବେ
-ଆନ୍ଧ୍ରପ୍ରଦେଶର କଡପା ଜିଲା କଲାସପାଡୁ ମଣ୍ଡଳର ଏକ ପଥର କ୍ବାରିରେ ଶନିବାର ବିସ୍ଫୋରଣ ଘଟି ୧୦ ଶ୍ରମିକଙ୍କର ମୃତ୍ୟୁ ଘଟିଛି
-ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାର ୭୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୪୧୮୭ ଜଣଙ୍କ ମୃତ୍ୟୁ
-ବ୍ରିଟେନରୁ ଭାରତକୁ ଆସୁଛି ୩ଟି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ। ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରୁ ପଣ୍ୟବାହୀ ବିମାନରେ ୧୮ ଟନ୍‍ ଓଜନର ପ୍ଲାଣ୍ଟ ଏବଂ ୧୦୦୦ ଭେଣ୍ଟିଲେଟର ଆସୁଛି
-କରୋନାରେ ପ୍ରାଣ ହରାଇଲେ ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ତଥା ୧୯୮୦ ଅଲିମ୍ପିକର ସ୍ବର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍‌ ସିଂହ
-ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ ୧୧ ହଜାର ୮୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି
-ରାଜ୍ୟ ସରକାର ୧୮-୪୪ ବର୍ଷ ବୟସର ନାଗରିକମାନଙ୍କ ପାଇଁ ମଗାଇଥିବା କୋଭିସିଲ୍ଡ ଟିକାର ଏକ ଲକ୍ଷ ପାନ ଭୁବନେଶ୍ବରରେ ପହଞ୍ଚିଲା
-ରାଜ୍ୟରେ ଆଜି ଆଉ ୭୬୬୪ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୩୯ ହଜାର ୩୨୨କୁ ବୃଦ୍ଧି
-ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଆଜି ୧୦୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୦୧୯
-କଟକ ସହରରେ କରୋନା ସ୍ଥିତି ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ସୂଚନା। ଏସ୍‌ସିବିରେ ବଢ଼ିବ ଆଉ ୧୦୦ ବେଡ୍‌। ଏଥିରେ ୪୧ ଆଇସିୟୁ ଓ ୪୦ ଏସ୍‌ଡିୟୁ ରହିବ।

Comments are closed.