ବୁଧବାର ରାଶିଫଳ (୨୯। ୪।୨୦୨୦)

ମେଷ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ପରୋପକାରୀ ହେବେ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ଅଛି। ପରଧନରେ ଧନୀ ହୋଇପାରନ୍ତି। ରଜତ ଧନ ଦ୍ୱାରା ଯୁବକମାନେ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ରସିକ ହେବେ।

ବୃଷ: ଚଲାପଥ କୁସୁମିତ ହେବ। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ। ତରବର ନ ହୋଇ ଟିକେ ଅପେକ୍ଷା କଲେ ସୁଫଳ ପାଇବେ। ଧାର୍ମିକ ହେବେ। ହାସ୍ୟଯୁକ୍ତ ଓ କ୍ରିୟାଶୀଳ ହୋଇପାରନ୍ତି।

ମିଥୁନ: ଆୟ ମାତ୍ରା ବୃଦ୍ଧି ପାଇବ। ବହୁ ସୁଖର ଅଧିକାରୀ ହେବେ। ଧନବାନ୍‍ ହେବେ। ଅପାର ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଶାରୀରିକ ଶକ୍ତି ବୃଦ୍ଧି ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ: ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାର ସକ୍ଷମ ହେବେ; ମାତ୍ର ଏଥିପାଇଁ ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଆଶା ପୂରଣ ହେବ। ଜନାଦୃତ ହେବେ। ସନ୍‍ମାର୍ଗୀ ହୋଇପାରନ୍ତି। ସୁଖୀ ହେବେ। ଧନ-ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି।

ସିଂହ: କର୍ମକ୍ଷେତ୍ରରେ ସଫଳତା ମିଳିବ। ପ୍ରସନ୍ନତା ଲାଭ କରିବେ। ଜନସାଧାରଣଙ୍କ ସ୍ନେହ-ଶ୍ରଦ୍ଧାର ପାତ୍ର ହୋଇପାରନ୍ତି। ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ସମ୍ମାନିତ ହେବେ। ଯାନବାହନ ସୁଖ ମିଳିପାରେ। ଗୁଣଜ୍ଞ ହେବେ। ସୁସ୍ଥ ରହିବେ।

କନ୍ୟା: କର୍ମ ଅନୁସାରେ ଫଳପ୍ରାପ୍ତ ହେବେ। ଶ୍ରମ ସାର୍ଥକ ହେବ। ଘାତଚନ୍ଦ୍ର ଥାଇ ବି, ସରକାରୀ କୃପା ଲାଭ କରି ପାରନ୍ତିି। ବହୁବିଧ ଧନ ତଥା ସନ୍ତୋଷ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତମଗୁଣଯୁକ୍ତ ହେବେ। ବ୍ୟବସାୟ ଲାଭଜନକ ହୋଇପାରେ।

ତୁଳା: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସୌଜନ୍ୟତାର ପରିପ୍ରକାଶ ଘଟିବ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭୋଗ-ବିଳାସ କରିପାରନ୍ତି। ସୁଖ ମିଳିବ।

ବିଛା: କାର୍ଯ୍ୟକରି ଥକି ପଡ଼ିଥିବା ବେଳେ ଆଶ୍ବସ୍ତି ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ। ଯଶସ୍ୱୀ ହେବେ। ବିଳାସ-ବ୍ୟସନ ରେ ସମୟ ଅତିବାହିତ ହୋଇପାରେ।

ଧନୁ: ସୁଖ-ସମ୍ମାନ ଲାଭ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୌଭାଗ୍ୟ ଉଦୟ ହୋଇଛି। ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି। ସତ୍‍ସଙ୍ଗୀ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶତ୍ରୁଘାତୀ ହୋଇପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟହାନି ଘଟିପାରେ।

ମକର: କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କିଛି ସମୟ ପାଇଁ ଆତ୍ମଗୋପନ କରିପାରନ୍ତି। ସର୍ବ ସୁଖ ମିଳିପାରେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ନିର୍ଭୀକ ହେବେ। ବିଦ୍ୟାବାନ୍‍ ହୋଇପାରନ୍ତି। ଯଶସ୍ୱୀ ଓ ବିଳାସୀ ହେବେ।

କୁମ୍ଭ: କାର୍ଯ୍ୟ କୁଶଳତା ପାଇଁ ପ୍ରଶଂସାର ପାତ୍ର ହେବେ। ଅଧା ରଖିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରନ୍ତି। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦ ଲାଭ ହୋଇପାରେ। ଜିତେନ୍ଦ୍ରିୟ ହେବେ। ପରାକ୍ରମୀ ହୋଇପାରନ୍ତି।

ମୀନ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। କୃଷିକ୍ଷେତ୍ରରୁ ଆୟ ଆସିପାରେ। ଯାନବାହନ ସୁଖ ମିଳି ପାରେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ। ସୁଖଭୋଗ କରିବା କଷ୍ଟକର ବ୍ୟାପାର। ପ୍ରଚୁର ଧନ ନାନା ବିଭବରେ ମଣ୍ଡିତ ହୋଇପାରନ୍ତି।

Comments are closed.