ପାଇପରୁ ଉଦ୍ଧାର ହେଲେ ୨୮ ଅଜଗର ଛୁଆ

ଗୁଜୁରାଟର ଏକ ଗାଁର କ୍ଷେତରେ ବନବିଭାଗକୁ ଗୋଟିଏ ପାଇପ ଭିତରେ ମାଆ ଅଜଗର ସହ ୨୮ଅଣ୍ଡା ମିଳିବା ପରେ ଦୀର୍ଘ ୭୦ ଦିନ ପର୍ଯ୍ୟନ୍ତ ସେହି ଅଣ୍ଡା ଗୁଡ଼ିକର ରକ୍ଷଣାବେକ୍ଷଣା କରିଥିଲେ। ଏହାପରେ ସେହି ଅଣ୍ଡାରୁ ୨୮ଟି ସୁସ୍ଥ ଓ ସୁରକ୍ଷିତ ଅଜଗର ଛୁଆ ବାହାରିବା ପରେ ସେମାନଙ୍କୁ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ିଦିଆଯାଇଛି।
ଏହି ଘଟଣାଟି ଗୁଜୁରାଟର ନବସାରୀ ଜିଲାର ଏକ ଗାଁର। ଏହି ଗାଁରେ ରହୁଥିବା ଜଣେ କୃଷକ ନିଜ କ୍ଷେତରେ ପୁରୁଣା ପାଇମ ମଧ୍ୟକୁ ଏକ ଅଜଗର ସାପ ଯାଉଥିବା ଦେଖିଥିଲେ। ଏହି ଘଟଣା ବିଷୟରେ କୃଷକ ବନବିଭାଗ କର୍ମୀଙ୍କୁ ଜଣାଇଥିଲେ।
ଏହାପରେ ବନବିଭାଗକର୍ମୀମାନେ ଘଟଣାସ୍ଥଳରେ ପହଂଚି ଦେଖିଥିଲେ। ଅଜଗର ସାପଟି ପାଇପ ମଧ୍ୟରେ ଅନେକ ଅଣ୍ଡା ଉପରେ ଗୁଡ଼ାଇ ହୋଇ ରହିଛି। ତେଣୁ ସେହିସମୟରେ ସେଠାରେ ଅଣ୍ଡା ଅନ୍ୟତ୍ର ନେବା ସଠିକ ନୁହେଁ । ସେହି ସମୟରେ ବନ ବିଭାଗ କର୍ମୀମାନେ ନବସାରୀ ବନ ବିଭାଗ କର୍ମୀଙ୍କୁ ଏ ବିଷୟରେ ଜଣାଇଥିଲେ।ଏହାପରେ ଦୀର୍ଘ ୨ ମାସରୁ ଅଧିକ ପ୍ରାୟ ୭୦ ଦିନ ଯାଏଁ କର୍ମୀମାନେ ଅଣ୍ଡାର ରକ୍ଷଣାବେକ୍ଷଣ କରିଥିଲେ। ୭୦ ଦିନ ପରେ ମାତା ଅଜଗର ପାଇପରୁ ବାହାରିବା ପରେ କର୍ମୀମାନେ ପାଇପର ଯାଂଚ କରିଥିଲେ। ସେଥିରେ ୨୮ଟି ଅଜଗର ଛୁଆ ସୁସ୍ଥ ରହିଥିଲେ। ସେମାନଙ୍କର ପ୍ରାର୍ଥମିକ ଯାଂଚ କରାଯାଇ ଜଙ୍ଗଲମଧ୍ୟକୁ ଛଡ଼ା ଯାଇଥିଲା।

Comments are closed.