ଦେଶରେ ଦିନକରେ ୨୮,୩୨୬ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ଶନିବାର ଦିନ ୨୮,୩୨୬ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସେହି ସମୟ ମଧ୍ୟରେ ୨୬,୦୩୨ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୧.୯୦% ଓ ସାପ୍ତାହିକ ସଂକ୍ରମଣ ହାର ୧.୯୮% ରହିଛି। ଏପର୍ଯ୍ୟନ୍ତ କରୋନରୁ ମୋଟ ୩,୨୯,୦୨,୩୫୧ ଜଣ ସୁସ୍ଥ ହୋଇସାରିଛନ୍ତି। ଆରୋଗ୍ୟ ହାର ସଂପ୍ରତି ୯୭.୭୭% ରହିଛି। ସଂପ୍ରତି ଦେଶରେ ୩,୦୩,୪୭୬ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। ଶନିବାର ସଂଧ୍ୟା ସୁଦ୍ଦା ଦେଶରେ ମୋଟ ୫୬.୩୨ କୋଟି ନମୁନା ପରୀକ୍ଷା କରାଯାଇଛି। ସେହି ସମୟ ସୁଦ୍ଧା ୮୫.୬୦ କୋଟି ପାନ ଟିକା ଦିଆଯାଇଛି।

Comments are closed.