ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୮୦୩ ସଂକ୍ରମିତ; ଅଧିକ ଚିନ୍ତାଜନକ ହୋଇଛି ଖୋର୍ଦ୍ଧା ଓ କଟକ ଜିଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୨୮୦୩ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଏବଂ କଟକ ଜିଲାରୁ ୪୪୧ ଜଣ ରହିଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୧୫୯୭ ଓ ସ୍ଥାନୀୟ ସଂକ୍ରମିତ ୧୨୦୬ ଜଣ ରହିଥିବା ଜଣାଯାଇଛି ।
ଅନୁଗୁଳ ଜିଲାରୁ ୯୭, ବାଲେଶ୍ୱର ୧୯୫, ବରଗଡ ୧୭ ଓ ଭଦ୍ରକ ଜିଲାରୁ ୧୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ବଲାଙ୍ଗୀର ଜିଲାରୁ ୩, ବଉଦ ୨୧ ଓ ଦେବଗଡରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଜିଲାରୁ ୬୬, ଗଜପତି ୧୦, ଗଞ୍ଜାମ ୨୦ ଓ ଜଗତସିଂହପୁର ଜିଲାରୁ ୧୧୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଯାଜପୁରରୁ ୧୫୩, ଝାରସୁଗୁଡା ୭, କଳାହାଣ୍ଡି ୧୫, କନ୍ଧମାଳ ୨୦, କେନ୍ଦ୍ରାପଡା ୧୧୯, କେନ୍ଦୁଝର ୬୪ ଜଣଙ୍କୁ ଚିହ୍ନଟ କରାଯାଇଛି ।
ଏଥିସହିତ କୋରାପୁଟରୁ ୬୫, ମାଲକାନଗିରି ୫୫, ମୟୁରଭଞ୍ଜ ୧୯୩, ନବରଙ୍ଗପୁର ୧୩, ନୟାଗଡ ୧୧୫, ନୂଆପଡାରୁ ୮ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲାରୁ ୧୫୪, ରାୟଗଡା ୫୪, ସମ୍ବଲପୁର ୩୨ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲାରୁ ୧୮, ସୁନ୍ଦରଗଡ ୬୨ ଏବଂ ଷ୍ଟେଟପୁଲରୁ ୯୧ ଜଣ ରହିଛନ୍ତି ।

Comments are closed.