‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ – ମୋଦୀଙ୍କ ସହ କଥା ହେବେ ଓଡ଼ିଶାର ୨୮ ଛାତ୍ରଛାତ୍ରୀ

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ଚର୍ଚିତ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ରେ ଭାଗ ନେବା ପାଇଁ ଓଡିଶାରୁ ୨୮ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଚଳିତ ମାସ ୨୦ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀଙ୍କ ସହ ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ଆଲୋଚନା କରିବା ସହ ପିଲାମାନଙ୍କ ପ୍ରଶ୍ନର ଉତ୍ତର ଦେବେ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ସଞ୍ଜୟ ଧୋତ୍ରେ କହିଛନ୍ତି। ଗତକାଲି କଟକ ମୁଣ୍ଡଳୀ ଜବାହର ନବୋଦୟ ବିଦ୍ୟାଳୟଠାରେ ଉଦବୋଧନ ଦେବା ସମୟରେ ସେ ଏହି ବିଷୟ ପ୍ରକାଶ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଧୋତ୍ରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ସେମାନଙ୍କ ନୂଆ ଚିନ୍ତାଧାରା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଛନ୍ତି।

Comments are closed.