କେରଳରେ ଗୋଟିଏ ଦିନରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ମହାରାଷ୍ଟ୍ରରେ ୮୯ ଛୁଇଁଲା

ନୂଆଦିଲ୍ଲୀ: କେରଳରେ କରୋନା ଭୂତାଣୁ ଦ୍ରୁତଗତିରେ ମାଡ଼ିବାରେ ଲାଗିଛି। ସୋମବାର ଗୋଟିଏ ଦିନରେ ରାଜ୍ୟରେ ୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସୂଚନା ଦେଇଛନ୍ତି। ଫଳରେ ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪ ଜଣ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଅନ୍ୟ ୯୧ ଜଣଙ୍କର ଚିକିତ୍ସା ଚାଲିଛି।

ଅନ୍ୟପଟେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ୟ ସର୍ବାଧିକ ରହିଛି। ଏଠାରେ ସୋମବାର ସୁଦ୍ଧା ମୋଟ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମବାର ଏଠାରେ ୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.