ଜାମ୍ମୁ-କାଶ୍ମୀର ଗସ୍ତରେ ଆସିବେ ୨୮ ୟୁରୋପୀୟ ସାଂସଦ

ନୂଆଦିଲ୍ଲୀ: ୟୁରୋପୀୟ ସଂସଦର ୨୮ ଜଣିଆ ପ୍ରତିନିଧିମଣ୍ଡଳୀ ଜାମ୍ମୁ-କାଶ୍ମୀର ଗସ୍ତରେ ଆସିବେ। ଗତ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ କୌଣସି ବିଦେଶ ପ୍ରତିନିଧିମଣ୍ଡଳର ଏହା ପ୍ରଥମ ଗସ୍ତ ହେବ। ଧାରା ୩୭୦ ଉଚ୍ଛେଦ ହେବା ପରେ ବିଶ୍ଵବ୍ୟାପୀ ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଚର୍ଚ୍ଚାରେ ରହିଆସିଥିଲା। ଏହି ପରିପ୍ରେକ୍ଷୀରେ ୟୁରୋପୀୟ ସଂଘର ଗସ୍ତ ବହୁ ଗୁରୁତ୍ଵ ବହନ କରିବ। ପ୍ରତିନିଧିମଣ୍ଡଳୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ବି ଭେଟିବେ। ତେବେ ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ କୌଣସି ବିଦେଶ ପ୍ରତିନିଧିମଣ୍ଡଳୀଙ୍କୁ ଜାମ୍ମୁ-କାଶ୍ମୀର ଯିବା ଲାଗି ଅନୁମତି ଦିଆଯାଇ ନ ଥିଲା। ଏହି ସମ୍ପୂର୍ଣ୍ଣ ଗସ୍ତ ଏକ ୟୁରୋପୀୟ ଏନଜିଓ ଦ୍ବାରା ଆୟୋଜନ କରାଯାଉଛି।

Comments are closed.