ହୀରାକୁଦରେ ପୁଣି ଖୋଲିଲା ୪ ଗେଟ୍, ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ

ହୀରାକୁଦ: ଶୁକ୍ରବାର ହୀରାକୁଦ ପୁଣି ଆଉ ୪ ଫାଟକ ଖୋଲିଛି । ଫଳରେ ବନ୍ଧର ୨୮ଟି ଫାଟକ ଦେଇ ଜଳ ନିଷ୍କାସନ ହେଉଥିବା ମୁଖ୍ୟବନ୍ଧ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହି ସମୟରେ ଜଳସ୍ତର ୬୨୪.୮୩ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬ ଲକ୍ଷ ୫୬ ହଜାର ୬ ଘନଫୁଟ (କ୍ୟୁସେକ) ଜଳପ୍ରବେଶ କରୁଥିବାବେଳେ , ପାୱାର ଚେନାଲ ଓ କେନାଲ ସହ ଶିଳ୍ପକୁ ୩ ଲକ୍ଷ ୩୫ ହଜାର ୬୫୮ ଘନଫୁଟ ଜଳ ନିଷ୍କାସିତ ହେଉଛି। ଡ୍ୟାମର ବାମ ପାର୍ଶ୍ବର ୧୬ଟି ଫାଟକ ଖୋଲାଥିବା ବେଳେ ଡାହାଣ ପାର୍ଶ୍ବର ୧୨ ଟି ଫାଟକ ଖୋଲା ରହିଥିବା ଜଣାପଡ଼ିଛି।

Comments are closed.