ସୋଲୋମନ୍‍ ଦ୍ୱୀପରେ ଭୟଙ୍କର ସାମୁଦ୍ରିକ ଝଡ଼ : ୨୮ ମୃତ

ହୋନିଆରା : ସୋଲୋମନ୍‍ ଦ୍ୱୀପରେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଫଳରେ ଗୋଟିଏ ଜାହାଜର ୨୮ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏକ ସରକାରୀ କାର୍ଯ୍ୟକ୍ରମରେ ଏହି ଯାତ୍ରୀମାନେ ସୋଲୋମନ୍‍ ଦ୍ୱୀପର ରାଜଧାନୀ ହୋନିଆରାରୁ କରୋନା ମହାମାରୀ ସଂକ୍ରମଣର ମୁକାବିଲା ସକାଶେ ଆରେଆର୍‍ ଗ୍ରାମବାସୀଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ସେମାନେ ହୋନିଆର୍‍ରୁ ୧୨୦ କିଲୋମିଟର ଦୂରରେ ଥିଲାବେଳେ ଘୂର୍ଣ୍ଣିଝଡ଼ରେ ସମୁଦ୍ର ମଧ୍ୟକୁ ଚାଲିଯାଇଥିଲେ। ତେବେ ସେହି ଦୁର୍ଘଟଣାର କ୍ଷୟକ୍ଷତିର ଆକଳନ ହୋଇ ନ ଥିବା ଜଣାପଡ଼ିଛି।

Comments are closed.