ଶନିବାର ରାଶିଫଳ ( ୨୭। ୬। ୨୦୨୦ )

ମେଷ: ଶତ୍ରୁ ଆପଣା ଛାଏଁ ଆଡ଼ ହେବା କାରଣରୁ ଆଶ୍ବସ୍ତ ହୋଇପାରନ୍ତି। ପାରିବାରିକ ସୁଖ ଅବ୍ୟାହତ ରହିବ। ଉନ୍ନତିମୂଳକ କାର୍ଯ୍ୟକରି ପ୍ରଶଂସିତ ହେବେ। ସନ୍ତାନ ପ୍ରାପ୍ତିର ସୂଚନା ମିଳୁଛି। ଅର୍ଥାଗମ ହେବ।

ବୃଷ: ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ ହୋଇପାରନ୍ତି। କ୍ରିୟାଶୀଳ ହେବେ। ଯାନବାହନ ସୁଖ ମିଳିବ। କୃଷି କର୍ମକାରୀ ହେବେ। ସୁବର୍ଣ୍ଣ ପ୍ରାପ୍ତ ହେବ।

ମିଥୁନ: ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରିପାରନ୍ତି। ପ୍ରୀତି ଲାଭ କରିବେ। ଅଭୀଷ୍ଟ ସିଦ୍ଧି ହେବ। ସକଳ ଗୁଣଯୁକ୍ତ ହେବେ। ସୁଖୀ ହେବେ। କାବ୍ୟ-ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଉତ୍ସାହୀ ଓ ପରୋପକାରୀ ହେବେ। ବିବଧ ଧନଲାଭ ହେବ।

କର୍କଟ: ପରିଶ୍ରମର ମୂଲ୍ୟ ମିଳିବ। ସହିଷ୍ଣୁ ହେବେ। ପତ୍ନୀଙ୍କ ନିକଟରେ ହାର୍‌ ମାନିବେ। ଶତ୍ରୁନାଶ କରିପାରନ୍ତି। ଗୃହପାଳିତ ପଶୁ କ୍ରୟ କରିପାରନ୍ତି। ଧନାଦିଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ।

ସିଂହ: ଆୟ ପରିମାଣ ବୃଦ୍ଧି ପାଇବ। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉତ୍ତମଭୋଜନ ମିଳିବ। ପାରିବାରିକ ସୁଖ ତଥା ଗୁରୁଜନଙ୍କଠାରୁ ଆଶୀର୍ବାଦ ମିଳିବ।

କନ୍ୟା: ବ୍ୟୟଭାର ବୃଦ୍ଧି ହୋଇପାରେ। ବୁଦ୍ଧିମାନ୍‌ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିବ। ପୁତ୍ର ସୁଖରେ ସୁଖୀ ହେବେ। ମଣି-ଭୂଷଣାଦିଯୁକ୍ତ ହୋଇପାରନ୍ତି। ପରୋପକାରୀ ହେବେ।

ତୁଳା: ସ୍ଥଗିତ କାର୍ୟ୍ୟର ପୁନଃ ପରିଚାଳନା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସୁଖ-ସମୃଦ୍ଧି ଆଣିପାରନ୍ତି। ସତ୍‌ସଙ୍ଗୀ ହେବେ। ସୁଖ-ଶାନ୍ତିରେ ସମୟ ଅତିବାହିତ କରିବେ। ପଡୋଶୀମାନଙ୍କ ସହ ସ୍ନେହ, ଶ୍ରଦ୍ଧା, ସଦ୍ଭାବନା ରଖିପାରନ୍ତି।

ବିଛା: ନିର୍ଭୟରେ କାର୍ୟ୍ୟ ସଂପାଦନ କରିବେ। ପଥଭ୍ରଷ୍ଟ ହେବାର ପ୍ରଶ୍ନ ଉଠୁନାହିଁ। ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି। ମନ ପ୍ରସନ୍ନ ରହିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ମିଳିବ। କୌଶଳରେ କାର୍ୟ୍ୟ ହାସଲ କରିବେ।

ଧନୁ: କର୍ମପ୍ରବଣ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। କାର୍ୟ୍ୟରେ ସ୍ଥିରତା ଉପୁଜି ପାରେ। ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି। ମନୋବଳ ବୃଦ୍ଧି ହୋଇପାରେ। ଧନବାନ୍‌ ହୋଇ ପତ୍ନୀଙ୍କ ପ୍ରିୟତା ଅର୍ଜନ କରିପାରନ୍ତି। କୃତୀପ୍ରତିଯୋଗୀ ହେବେ।

ମକର: ଆମୋଦପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସାବଧାନତାର ସହ ଚଳିବାକୁ ପଡ଼ିବ। ମାନସିକ ସ୍ତରରେ ପୀଡ଼ା ଅନୁଭବ କରିପାରନ୍ତି।

କୁମ୍ଭ: କେତେକ କାର୍ୟ୍ୟରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ବନ୍ଧୁ ସୁଖ ମିଳିପାରେ। ବସ୍ତ୍ର ଭୂଷଣ ଲାଭ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅବିବାହିତଙ୍କର ବିବାହ ସ୍ଥିର ହେବ।

ମୀନ: ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ବିବାଦରେ ବିଜୟୀ ହେବେ। ଦେବ ଦର୍ଶନର ସୁଯୋଗ ଅଛି। ଶରୀର ସୁସ୍ଥ ରହିବ। ବଳଶାଳୀ ହେବେ। ମାନସିକ ଶାନ୍ତି ଫେରି ପାଇବେ।

Comments are closed.