କରୋନା ମୁକାବିଲା : ୨୭୪ ବିମାନ ଯୋଗେ ଦେଶବ୍ୟାପୀ ଔଷଧ ପରିବହନ

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-୧୯ର ମୁକାବିଲା ପାଇଁ ଜୀବନରେଖା ଉଡାଣ ଅଧିନରେ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଦେଶର ବିଭିନ୍ନ ଅଗମ୍ୟ ଅଞ୍ଚଳକୁ ପଠାଯାଉଛି । ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା ଓ କେତେକ ଘରୋଇ ବିମାନ ସେବା କମ୍ପାନୀ ଦ୍ୱାରା ୨୭୪ଟି ବିମାନ ସାମଗ୍ରୀ ଗୁଡିକୁ ବିଭିନ୍ନ ସ୍ଥାନରେ ପହଞ୍ଚାଇଛନ୍ତି । ଏହି ବିମାନଗୁଡିକ ମଧ୍ୟରୁ କେବଳ ଏୟାରଇଣ୍ଡିଆ ଓ ଆଲିଆନ୍ସ ଏୟାର ପକ୍ଷରୁ ୧୭୫ଟି ବିମାନ ମାଲପରିବହନ କରିଛନ୍ତି । ଏ ପର୍ଯ୍ୟନ୍ତ ୪୬୩.୧୫ ଟନ ମାଲ ପରିବହନ କରିଛନ୍ତି ।

Comments are closed.