ଇଣ୍ଡୋନେସିଆରେ ବିଶ୍ୱର ସର୍ବବୃହତ୍‍ ଏକଦିବସୀୟ ମତଦାନ : ଭୋଟଗଣନା କରୁଥିବା ୨୭୨ କର୍ମଚାରୀଙ୍କ ମୃତ୍ୟୁ

ଜାକର୍ତ୍ତା :  ଇଣ୍ଡୋନେସିଆରେ ବିଶ୍ୱର ସର୍ବବୃହତ୍‍ ଏକଦିବସୀୟ ମତଦାନ ଅନୁଷ୍ଠିତ ହୋଇଯାଇଛି। ତେବେ ଦୀର୍ଘ ସମୟ ଧରି ନିରବଚ୍ଛିନ୍ନ ଭାବେ  ମତଦାନ ଓ ଭୋଟ୍‍ ଗଣନାର କ୍ଲାନ୍ତି ଜନିତ ଅସୁସ୍ଥତା ଯୋଗୁଁ  ମତଦାନ କାର୍ଯ୍ୟରେ ନୟୋଜିତ ଅତି କମରେ ୨୭୨ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି।
ଦେଶର ନିର୍ବାଚନ ଆୟୋଗଙ୍କ ଜଣେ ମୁଖପାତ୍ର କହିଛନ୍ତି, ଘଣ୍ଟା ଘଣ୍ଟା ଧରି ବାଲଟ୍ କାଗଜଗୁଡ଼ିକୁ ଗଣନା କରିବା ଯୋଗୁଁ ଏହି ମୃତ୍ୟୁ ଘଟିଛି।
ଦେଶରେ ଏହି ମାସରେ ଜାତୀୟ ଏବଂ ଆଞ୍ଚଳିକ ସଂସଦୀୟ ନିର୍ବାଚନ ସହିତ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‍ ଗ୍ରହଣ କରାଯାଇଛି। ଖର୍ଚ୍ଚ କାଟ୍‍ ପାଇଁ
ସବୁଗୁଡ଼ିକ ନିର୍ବାଚନକୁ ଏକା ସାଙ୍ଗରେ କରାଇବା ସରକାରଙ୍କର ଲକ୍ଷ୍ୟ ଥିଲା।

Comments are closed.