ରାଜ୍ୟରେ ୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ; ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୨୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ କରୋନାରୁ ୨୭୬ ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୫୯ ଓ ସ୍ଥାନୀୟ ସଂକ୍ରମିତ ୧୧୧ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ୫୭ ଆକ୍ରାନ୍ତ ଅଛନ୍ତି । ଅନଗୁଳ ଜିଲାରେ ୨, ବାଲେଶ୍ୱର ୪, ଭଦ୍ରକ ୧, ବଲାଙ୍ଗିର ୩, କଟକ ୧୬, ଢେଙ୍କାନାଳ ୨୦, ଗଞ୍ଜାମରେ ୪ ଜଣ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ୧, ଯାଜପୁର ୧୦, ଝାରସୁଗୁଡା ୯, କେନ୍ଦ୍ରାପଡା ୫, କେନ୍ଦୁଝର ୨, ଖୋର୍ଦ୍ଧା ୧୨୪ ଓ ମୟୁରଭଞ୍ଜରେ ୧୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ନବରଙ୍ଗପୁରରେ ୧, ନୟାଗଡ ୨, ପୁରୀ ୫, ସମ୍ବଲପୁର ୭, ସୁନ୍ଦରଗଡ ୧୪ ଓ ଷ୍ଟେଟପୁଲରୁ ୩୦ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୧୦୩୮୯୭୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏହାବ୍ୟତୀତ ୨୪୨୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।

Comments are closed.