ବଜ୍ରପାତରେ ୨୭ଟି ମେଣ୍ଡା ମୃତ୍ୟୁ

ଜି.ଉଦୟଗିରି: କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ରଣବା ଗ୍ରାମ ପଞ୍ଚାୟତର ଘାଟି ଖାରିଗୁଡା ଗ୍ରାମରେ ଶୁକ୍ରବାର ଦିନ ପ୍ରବଳ ବର୍ଷା ଓ ବଜ୍ରପାତରେ ୨୭ ଗୋଟି ମେଣ୍ଢା ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଘାଟି ଖାରିଗୁଡା ଗ୍ରାମର ବଳରାମ ଗୌଡଙ୍କ ୧୭ଟି ଏବଂ କୃଷ୍ଣ ଗୌଡଙ୍କ ୧୦ଟି ମେଣ୍ଢା ଗ୍ରାମ ପାଖ ଜଙ୍ଗଲରେ ଚରିବାକୁ ଜାଇଥିଲେ। ଏହି ସମୟରେ ପ୍ରବଳ ବର୍ଷା ସହ ଘଡଘଡି ମାଡ ହେବାରୁ ୨୭ ଗୋଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଖବର ପାଇ ରଣବା ସରପଞ୍ଚ ଭିକାରୀ ମଲ୍ଲିକ ରାଇକିଆ ଆର୍ଆଇଙ୍କୁ ଅବଗତ କରାଇଥିବା ବେଳେ ଆସନ୍ତାକାଲି ସେ ଘଟଣା ସ୍ଥଳକୁ ଗସ୍ତ କରିବେ ବୋଲି ଜଣାପଡିଛି। ବଳରାମ ଗୌଡ଼ ଓ କୃଷ୍ଣ ଗୌଡ଼ଙ୍କୁ କ୍ଷତି ପୁରଣ ଦେବାପାଇଁ ଗ୍ରାମବାସୀ ନିବେଦନ କରଛନ୍ତିି।

Comments are closed.