ସରକାରୀ ବାସଭବନ ଛାଡି ନ ଥିବା ୨୭ ପୂର୍ବତନ ସାଂସଦଙ୍କ ବିଜୁଳି, ପାଣି ବନ୍ଦ ନିର୍ଦେଶ

ନୂଆଦିଲ୍ଲୀ: ସରକାରୀ ବାସଭବନ ଛାଡି ନ ଥିବା ୨୭ ଜଣ ପୂର୍ବତନ ସାଂସଦଙ୍କୁ ବିଦ୍ୟୁତ, ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିବା ଲାଗି ଲୋକସଭା ଗୃହ କମିଟି ମଙ୍ଗଳବାର ନିର୍ଦେଶ ଦେଇଛି। ଆବଶ୍ୟକ ସ୍ଥଳେ ପୁଲିସର ସହାୟତା ନେବାକୁ ମଧ୍ୟ କମିଟି ଅନୁମତି ପ୍ରଦାନ କରିଛି। ଏହି ସାଂସଦମାନେ ଯେଭଳି ସରକାରୀ ବାସଭବନଗୁଡିକ ଛାଡିବେ ସେଥିନେଇ ଦିଲ୍ଲୀ ପୁଲିସର ସହାୟତା ନେବାକୁ ସାଂସଦ ସି.ଆର. ପାଟିଲଙ୍କ ନେତୃତ୍ବ ଏହି କମିଟି ନିଷ୍ପତ୍ତି ନେଇଛି। ଲୋକସଭା ଭଙ୍ଗର ୧ ମାସ ମଧ୍ୟରେ ପୂର୍ବତନ ସାଂସଦମାନେ ସରକାରୀ ଘର ଛାଡ଼ିବା ଉଚିତ୍‌।

Comments are closed.