ପାଣିରେ ପଡିଲା ବସ୍;୨୭ମୃତ

0

ନୂଆଦିଲ୍ଲୀ: କର୍ଣ୍ଣାଟକର ମାଣ୍ଡିଆଠାରେ ଏକ ଯାତ୍ରୀବାସୀ ବସ କେନାଲ ମଧ୍ୟରେ ଖସି ପଡ଼ିବା ଫଳରେ ଅଦ୍ୟାବଧି ୨୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଯାତ୍ରୀବାହୀ ବସରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ସୂଚନା ମିଳିବା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱୀତ କରାଯାଇଛି।
ଘଟଣାର କିଛି ସମୟ ପୂର୍ବରୁ ଆସାମ ପରିବହନ ନିଗମର ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ପୋଖରୀ ମଧ୍ୟରେ ଖସି ପଡ଼ିବାରୁ ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଗୁରୁତର ଆହତ ହୋଇଛନ୍ତି। ଗୌହାଟୀରୁ ମୁକାଲମୁବା ଯାଉଥିବା ଏହି ସରକାରୀ ବସ ଭାରସାମ୍ୟ ହରାଇ ପୋଖରୀ ଭିତରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଗୌହାଟୀ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

Leave A Reply