ପାକିସ୍ତାନର ୨୬୨ ପାଇଲଟଙ୍କ ଲାଇସେନ୍ସ ଜାଲ; ପ୍ରତିବନ୍ଧକ ଲଗାଇଲା ୟୁରୋପୀୟ ୟୁନିୟନ, ଇଂଲଣ୍ଡ, ମାଲେସିଆ

ବ୍ରସେଲ୍ସ: ପାକିସ୍ତାନର ୮୮୦ପାଇଲଟଙ୍କ ମଧ୍ୟରୁ ୨୬୨ଜଣଙ୍କ ପାଇଲଟ୍ ଲାଇସେନ୍ସ ଜାଲ । ଏକଥା ଜଣା ପଡ଼ିବା ପରେ ପାକିସ୍ତାନକୁ ଏବେ ବିଶ୍ବବ୍ୟାପୀ କଠୋର କଟକଣାର ସମ୍ମୁଖୀନ ହେବାକୁ ପଡ଼ିଛି । ୟୁରୋପ ସୁରକ୍ଷା ଏଜେନ୍ସ ଇଏଏଏସଏ ପାକିସ୍ତାନ ଏୟାର ଲାଇନ୍ସ ଉପରେ୬ ମାସ ବାସନ୍ଦ ଘୋଷଣା କରିଛି । ଏହି ସମୟରେ ପାକିସ୍ତାନ ପିଆଇଏର କୌଣସି ବିମାନ ୟୁରୋପୀୟ ଦେଶକୁ ଯାତାୟତ କରି ପାରିବ ନାହିଁ ବୋଲି କଟକଣା ଜାରି କରାଯାଇଛି ।

ପାକିସ୍ତାନ ବିମାନଚଳଚଳ ମନ୍ତ୍ରୀ ଗୁଲାମ ସରୱର ଖାଁ ସଂସଦରେ ୪୦% ପାକିସ୍ତାନୀ ପାଇଲଟଙ୍କ ଲାଇସେନ୍ସ ଜାଲ ବୋଲି ଘୋଷଣା କରିବା ପରେ ୟୁରୋପୀୟ ୟୁନିୟନ ଏପରି କଠୋର ନିଷ୍ପତ୍ତି ନେଇଛି । ୟୁରୋପୀୟ ଦେଶ ସମୂହ ପକ୍ଷରୁ କୁହାଯାଇଛି ଯେ ୧ ଜୁଲାଇଠାରୁ ପାକିସ୍ତାନ ବିମାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଫଳରେ ପାକିସ୍ତାନୀ ନାଗରିକ ଏବେ ୟୁରୋପୀୟ ଦେଶ ଯାତାୟତ ଅସମ୍ଭବ ହୋଇ ପଡ଼ିଛି ।

ଅନ୍ୟପକ୍ଷରେ ବ୍ରିଟେନ, କୁଏତ, ଇରାନ, ଜୋର୍ଡ଼ାନ, ସାଉଦିଆରବ, ଭିଏତନାମ ମଧ୍ୟ ପାକିସ୍ତାନ ବିମାନ ଚଳାଚଳ ଉପରେ ଅଙ୍କୁଶ ଲଗାଇଛି । ଭିଏତନାମରେ କାର୍ଯ୍ୟ କରୁଥିବା ପାକିସ୍ତାନ ପାଇଲଟମାନଙ୍କୁ ଛୁଟିରେ ଯିବାକୁ ନିର୍ଦେଶ ଦେଇଛି ।  ଏହାପରେ ପାକିସ୍ତାନର ମିତ୍ର ଦେଶ କୁହାଯାଉଥିବା ମାଲେସିଆ ମଧ୍ୟ ପାକ୍ ବିମାନ ଭିଏତନାମ ଯାତାୟତ ଉପରେ କଟକଣା ଲଗାଇଛି ।

ପାକିସ୍ତାନ ଏୟାର ଲାଇନ୍ସ ପିଆଇଏ ମଧ୍ୟ ଏହାକୁ ସ୍ବୀକାର କରିଛି । ପିଆଇଏ ପକ୍ଷରୁ କୁହାଯାଇଛି ଯେ ୟୁରୋପ ଯାତାୟତ ନିମନ୍ତେ ଯେଉଁମାନେ ବିମାନ ଟିକେଟ୍ ବୁକ୍ କରିଥିଲେ ଏବେ ତାହାକୁ ରଦ୍ଦ କରାଯାଇଥିବା ବୁଝିବାକୁ ପଡ଼ିବ । ଟିକେଟ ପଇସା ଯାତ୍ରୀମାନଙ୍କୁ ଫେରସ୍ତ କରାଯିବ ।

ଶୁକ୍ରବାର ମାଲେସିଆ ପାକିସ୍ତାନ ଇଣ୍ଟରନେସନାଲ ଏୟାର ଲାଇନ୍ସ ଅର୍ଥାତ ପିଆଇଏକୁ ବ୍ୟାନ କରିଥିବା ଘୋଷଣା କରିଛି । ମାଲେସିଆର ସିଏଏଏମ୍ ସିଇଓ କ୍ୟାପଟେନ୍ ଚେଷ୍ଟର ବୁ କହିଛନ୍ତି ଯେ ଏହି ପ୍ରସଙ୍ଗ ଉପରେ ଆମେ ଦୃଷ୍ଟି ରଖିଛୁ । ପାକିସ୍ତାନର ୧୦୭ ପାଇଲଟ ବିଭିନ୍ନ ବିଦେଶୀ ଏୟାର ଲାଇନ୍ସରେ କାମ କରୁଛନ୍ତି । ସେମାନଙ୍କ ଉପରେ ଆମେ ବାସନ୍ଦ ଲାଗୁ କରିଛୁ ।

ମାଲେସିଆ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ କହିଛି ଯେ ପାକିସ୍ତାନ ସିଭିଲ ଆଭିଏସନ ଅଥରିଟି ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ଆମେ ଆମସ୍ତରରେ ପାକ୍ ପାଇଲଟମାନଙ୍କ ଲାଇସେନ୍ସ ଯାଞ୍ଚ କରିବୁ ।

Comments are closed.