ବିନା ଲାଇସେନ୍ସ ଓ ହେଲମେଟରେ ନାବାଳକ ଚଳାଉଥିଲେ ସ୍କୁଟି, ପୁଲିସ କାଟିଲା ୨୬ ହଜାର ଟଙ୍କାର ଚାଲାଣ

ଗାଡ଼ି ଚଳାଇବାର ବୟସ ହୋଇ ନ ଥିଲା । ନାଁ ପାଖରେ ଥିଲା ଲାଇସେନ୍ସ ନା ପିନ୍ଧିଥିଲେ ହେଲମେଟ । ଏତିକି ବେଳେ ଧରା ପଡ଼ିଲେ ପୁଲିସ ହାତରେ । ନାବାଳକଙ୍କୁ ଏଥିପାଇଁ ଦିଆଯାଇଛି ୨୬ ହଜାର ଟଙ୍କାର ଜୋରିମାନା ଚାଲାଣ । ଘଟଣାଟି ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରେ । ବିନା ଲାଇସେନ୍ସରେ ସ୍କୁଟି ଚଳାଇ ଯାଉଥିବା ଏହି ନାବାଳକଙ୍କୁ ଏଥିପାଇଁ ଭରିବାକୁ ପଡ଼ିବ ମୋଟା ଜୋରିମାନା ।

ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ପାଇଁ ୨୫ ହଜାର ଟଙ୍କା ଜୋରିମାନା ହୋଇଥିବାବେଳେ ହେଲମେଟ ପିନ୍ଧି ନ ଥିବା ଯୋଗୁ ୧ ହଜାର ଟଙ୍କା ଜୋରିମାନା କରାଯାଇଥିବା ସୂଚନା ମିଳିଛି ।

Comments are closed.