ୟୁପିରେ ପୁଣି ୨ଆଶ୍ରୟ ସ୍ଥଳରୁ୨୬ ମହିଳା ନିଖୋଜ

0

ଲକ୍ଷ୍ନୌ: ୟୁପି ଦେଉରିଆ ଆଶ୍ରୟ ସ୍ଥଳ ଘଟଣା ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ପୁଣି ସେଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି। ଦେଉରିଆ ଆଶ୍ରୟସ୍ଥଳ ଅଘଟଣର ପୁନରାବୃତ୍ତି ଏଡ଼ାଇବାକୁ ସରକାରୀ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି। ଚଢ଼ଉ ବେଳେ ହିଁଁ ଅନିୟମିତତା ସାମ୍ନାକୁ ଆସିଛି।
ବୁଧବାର ବିଳମ୍ବିତ ରାତିରେ ରାଜ୍ୟର ପ୍ରତାପଗଡ଼ ଜିଲାରେ ଅବସ୍ଥିତ ୨ଟି ଆଶ୍ରୟସ୍ଥଳ ଉପରେ ଜିଲା ପ୍ରଶାସନ ପକ୍ଷରୁ ଅଚାନକ ଚଢ଼ଉ କରାଯାଇ ଥିଲା। ଉଭୟ ଆଶ୍ରୟ ସ୍ଥଳର କାଗଜପତ୍ର ଯାଞ୍ଚ କରାଯାଇ ଥିଲା। ଉଭୟ ଆଶ୍ରୟ ସ୍ଥଳରୁ ୨୬ଜଣ ମହିଳା ନିଖୋଜ ଥିବା ଜଣା ପଡ଼ିଥିଲା। କେବଳ ୬ଜଣ ମହିଳା ବିଳମ୍ବିତ ରାତିରେ ଆଶ୍ରୟ ଗୃହରେ ଥିଲେ। ଏଭଳି ଘଟଣା ଜିଲା ପ୍ରଶାସନକୁ ଆଚମ୍ବିତ କରିଦେଇଛି।
ଜିଲାପାଳ ଶମ୍ଭୁ କୁମାରଙ୍କ ନେତୃତ୍ୱରେ ଅଷ୍ଟଭୁଜା ନଗରଠାରେ ହୋଇଥିବା ଏହି ଚଢ଼ଉ ବେଳେ ଗୃହର ପ୍ରବନ୍ଧକ ଆଶ୍ରମରେ ୧୬ଜଣ ମହିଳା ରହୁଛନ୍ତି ବୋଲି ପ୍ରକାଶ କରିଥିଲେ। କିନ୍ତୁ ଖାତା ଯାଞ୍ଚ କରିବା ପରେ ଏହି ସଂଖ୍ୟା ୧୭ରେ ପହଞ୍ôଚ ଯାଇଥିଲା। ସନ୍ଦେହ ହେବାରୁ ଯେତେବେଳେ ପ୍ରତିଟି କୋଠରିକୁ ଯାଞ୍ଚ କରାଗଲା ସେତେବେଳେ ସେଠାରେ ୧୪ଜଣ ମହିଳା ନିଖୋଜ ଥିବା ଜଣାପଡ଼ିଥିଲା। ସେହିପରି ଅଚଲପୁରରେ ଅବସ୍ଥିତ ଆଉ ଏକ ଆଶ୍ରୟ ସ୍ଥଳ ଉପରେ ଚଢ଼ଉ କରାଯିବା ପରେ ସେଠାରେ ମଧ୍ୟ ୧୫ଜଣ ମହିଳାଙ୍କ ମଧ୍ୟରୁ ୧୨ଜଣ ନିଖୋଜ ଥିଲେ।
ଅଷ୍ଟଭୁଜା ନଗରଠାରେ ସ୍ଥିତ ଆଶ୍ରୟ ସ୍ଥଳର ସଞ୍ଚାଳନ ଦାୟିତ୍ୱରେ ଥିବା ରମା ମିଶ୍ରା ୨୦୦୩ରେ ବିଜେପି ମହିଳା ମୋର୍ଚ୍ଚାର ଜିଲାଧ୍ୟୟା ଭାବେ ଦାୟିତ୍ୱ ତୁଲାଇ ଥିଲେ। ଦୀର୍ଘ ୩ବର୍ଷ ଧରି ଉକ୍ତ ଆଶ୍ରୟ ସ୍ଥଳର ସଞ୍ଚାଳନ ଦାୟିତ୍ୱ ତୁଲାଇ ଆସୁଥିଲେ। ଏଭଳି ପରିସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଦୁଇଟି ପୃଥକ ମାମଲା ରୁଜୁ କରାଯିବା ସହ ତଦନ୍ତ ଅବ୍ୟାହତ ରହିଛି।

Leave A Reply