ଜି.ଉଦୟଗିରିରେ ଉତ୍ସାହ ଉଦ୍ଦିପନା ସହ ବଡଦିନ ପାଳନ ପ୍ରସ୍ତୁତି

ଜି.ଉଦୟଗିରି : ଜିଲ୍ଲା ପ୍ରଶାସନ ବଡ ଚର୍ଚ୍ଚକୁ ୫୦ ଓ ସାନ ଚର୍ଚ୍ଚକୁ ୨୦ ଜଣଙ୍କୁ ନେଇ ବଡଦିନ ପାଳନ ପାଇଁ ଅନୁମତି ମିଳିବା ପରେ ଖ୍ରୀଷ୍ଟିୟ ଭାଇଭଉଣୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି। ଅପରପକ୍ଷେ ଏହାକୁ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ଫ୍ଳାଗ ମାର୍ଚ୍ଚ କରାଯାଇଥିବା ଦେଖିବାକୁ ମିଳିଛି। ଆଜି ସ୍ଥାନୀୟ ପୋଲିସ ପକ୍ଷରୁ ହେଲମେଟ ଯାଞ୍ଚ କରାଯାଇ କିଛି ଅମାନିଆଙ୍କଠାରୁ ଜୋରିମାନା ଆଦାୟ ସହ କେତେକଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି।