ରାଜ୍ୟରୁ ଆଉ ୨୫୮୯ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୬୬ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୨୫୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୨୫୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୭୪ କ୍ବାରେଣ୍ଟାଇନରୁ ରହିଥିବା ବେଳେ ୧୦୧୫ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ବୁଧବାର ଚିହ୍ନଟ ହୋଇଥିବା ୨୫୮୯ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୬୬ ଚିହ୍ନଟ ହୋଇଥିବା ବେଳେ ,ଗଞ୍ଜାମରୁ ୨୪୨, କଟକର ୨୨୨, ସୁନ୍ଦରଗଡରୁ ୧୫୫,ରାୟଗଡାରୁ ୨୧୧, ପୁରୀରୁ ୨୩୫,ବାଲେଶ୍ଵରରୁ ୧୫୦, ଅନୁଗୁଳରୁ ୨୦, ବରଗଡରୁ ୬୭, ଭଦ୍ରକରୁ ୪୭, ବଲାଙ୍ଗୀରରୁ ୧, ବୋଦ୍ଧରୁ ୧୬,  ଢେଙ୍କାନାଳରୁ ୨୫,ଗଜପତିରୁ ୩୬, ଜଗତସିଂପୁରରୁ ୨୧, ଯାଜପୁରରୁ ୯୫, ଝାରସୁଗୁଡାରୁ ୧୮, କଳାହାଣ୍ତିରୁ ୪୨, କନ୍ଧମାଳରୁ ୩୦, କେନ୍ଦ୍ରାପଡାରୁ ୧୦, କେନ୍ଦୁଝର ୫୩, କୋରାପୁଟ ୯୨,ମାଲକାନଗିରି ୭୩, ମୟୁରଭଞ୍ଜରୁ ୧୧୭, ନବରଙ୍ଗପୁର ୩୬, ନୟାଗଡରୁ ୧୧, ନୂଆପଡାରୁ ୬, ସମ୍ବଲପୁରରୁ ୬୬ ଓ ସୋନପୁର ୨୬ ଚିହ୍ନଟ ହୋଇଛନ୍ତି।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୧୦ ଲକ୍ଷ ୬୨ ହଜାର ୪୬୯ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୬୭ ହଜାର ୧୨୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫ ହଜାର ୩୧୪ ଜଣ ସୁସ୍ଥ ହୋଇଥିବା ବେଳେ ୩୭୨ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି ଏବଂ ୫୩ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ବର୍ତ୍ତମାନ ୨୧ ହଜାର ୩୮୩ ଜଣ ଚିକିତ୍ସିତ ହେଉଛନ୍ତି।

Comments are closed.