ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୫୫

ରାଜ୍ୟରେ ଆଜି କରୋନାରୁ ୨୫୫ ଜଣ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ୨୫୫ ଜଣ ସଂକ୍ରମିତଙ୍କୁ ଆଜି ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୧କୁ ବୃଦ୍ଧ ପାଇଛି। ଆରୋଗ୍ୟଲାଭ କରିଥିବା ଲୋକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୦ ଓ କଟକରୁ ୨୮ ଜଣ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟଙ୍କ ମଧ୍ୟରେ ମୟୁରଭଞ୍ଜରୁ ୧୨, ପୁରୀରୁ ୭, ଯାଜପୁର ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ଭଦ୍ରକ ଓ ନୟାଗଡ଼ରୁ ୫ ଜଣ ଲେଖାଏଁ, ଢେଙ୍କାନାଳରୁ ୪, ବଲାଙ୍ଗୀର, ସମ୍ବଲପୁର ଓ ସୋନପୁରରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ଗଂଜାମ, ଜଗତସିଂହପୁର, ଝାରସୁଗୁଡା ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ, ବରଗଡ଼ ଓ କୋରାପୁଟରୁ ଜଣେ ଲେଖାଏଁ ଅଛନ୍ତି। ଷ୍ଟେଟପୁଲରୁ ୩୧ ଜଣ ସୁସ୍ଥ ହୋଇଛନ୍ତି।

Comments are closed.