ଦେଶରେ ଚିହ୍ନଟ ହେଲେ ଆଉ ୨୫,୪୬୭ କରୋନା ଆକ୍ରାନ୍ତ; ୩୫୪ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫,୪୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ଦେଶରେ ୩୯,୪୮୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩୫୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୩,୧୭,୨୦,୧୧୨ ଜଣ ସୁସ୍ଥ ହେଲେଣି। ସଂପ୍ରତି ଦେଶରେ ୩,୧୯,୫୫୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି, ଯାହା ୧୫୬ ଦିନ ମଧ୍ୟରେ ସର୍ବନିମ୍ନ ସଂଖ୍ୟା। ଦୈନିକ ସଂକ୍ରମଣ ହାର ୧.୫୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯% ରହିଛି। ଅନ୍ୟପକ୍ଷରେ କରୋନାରୁ ଆରୋଗ୍ୟ ହାର ୯୭.୫୮% ହୋଇଛି। ସୋମବାର ସଂଧ୍ୟା ସୁଦ୍ଧା ୫୦.୯୩ କୋଟି ନମୁନା ପରୀକ୍ଷା କରାଯାଇସାରିଛି ଏବଂ ସେହି ସମୟ ମଧ୍ୟରେ ୫୮.୮୯ କୋଟି ପାନ ଟିକା ଦିଆଯାଇସାରିଛି।

Comments are closed.