ରାଜ୍ୟରେ ଆଉ ୨୫କରୋନା ପଜିଟିଭ : ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି
ଭୁବନେଶ୍ବର : ରାଜ୍ୟରେ ଆଉ ୨୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଛି। ଗଞ୍ଜାମରେ ୨୪ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ଵରରୁ ଜଣେ ଚିହ୍ନଟ ହୋଇଛନ୍ତି । ଫଳରେ କରୋନା ଆକ୍ରାନ୍ତ ସୂଚୀରେ ଗଞ୍ଜାମ ଶୀର୍ଷସ୍ଥାନ ଅଧିକାର କରିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଫଳରେ ଗୋଟିଏ ଦିନରେ ଗଞ୍ଜାମରେ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ୨୦୬ ଜଣ କରୋନା ସଂକ୍ରମିତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୬୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨ଜଣଙ୍କର ମୃତ୍ୟୁ ଘଟିଛି।
ଜିଲାୱାରୀ କରୋନା ସ୍ଥିତି
ଜିଲା ଆକ୍ରାନ୍ତ ସୁସ୍ଥ ମୃତ ସକ୍ରିୟ
ଗଞ୍ଜାମ ୭୧ ୦ ୦ ୭୧
ଯାଜପୁର ୫୫ ୧ ୦ ୫୪
ଖୋର୍ଦ୍ଧା ୫୧ ୩୨ ୨ ୧୭
ବାଲେଶ୍ବର ୨୭ ୫ ୦ ୨୨
ଭଦ୍ରକ ୨୪ ୧୨ ୦ ୧୨
ସୁନ୍ଦରଗଡ଼ ୧୨ ୬ ୦ ୬
ଜଗତସିଂହପୁର ୫ ୦ ୦ ୫
କେନ୍ଦ୍ରାପଡ଼ା ୮ ୨ ୦ ୬
ମୟୂରଭଞ୍ଜ ୪ ୦ ୦ ୪
ବଲାଙ୍ଗିର ୨ ୦ ୦ ୨
ଝାରସୁଗୁଡ଼ା ୨ ୦ ୦ ୨
କେନ୍ଦୁଝର ୨ ୦ ୦ ୨
କଟକ ୨ ୧ ୦ ୧
କଳାହାଣ୍ଡି ୨ ୨ ୦ ୦
କୋରାପୁଟ ୧ ୦ ୦ ୧
ଦେବଗଡ଼ ୧ ୦ ୦ ୧
ଢେଙ୍କାନାଳ ୧ ୧ ୦ ୦
ପୁରୀ ୧ ୧ ୦ ୦
ମୋଟ ୨୭୧ ୬୩ ୨ ୨୦୬
(୮ ତାରିଖ ସଂଧ୍ୟା ୬.୩୦ ସୁଦ୍ଧା)
Comments are closed.