ଶୁକ୍ରବାର ରାଶିଫଳ

0

ମେଷ: ଶୁଭ ଖବର ପାଇ ଖୁସି ହେବେ। ପୂର୍ବରୁ ଅର୍ଜିତ ଅଭିଜ୍ଞତା କାର୍ଯ୍ୟରେ ଆସିପାରେ। କର୍ମ ଚଞ୍ଚଳ ରହିବେ। କୀର୍ତ୍ତିମାନ ହୋଇପାରନ୍ତି। ଧର୍ମ-କର୍ମ ସମ୍ପାଦନ କରିବେ। ସତ୍ସଙ୍ଗ ହେବେ। ଦିଅଁ ଦର୍ଶନ କରିବେ।
ବୃଷ: କାର୍ଯ୍ୟ ଚାଲୁ ରଖିପାରନ୍ତି। ସେବା ପୂଜାରେ ନିୟୋଜିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ବିଳାସୀ ହେବେ।
ମିଥୁନ: ଦେଖା ଦେଇଥିବା ଅସୁବିଧା ଦୂର ହୋଇପାରେ। ଶୋକ ସମ୍ପାଦ ପାଇ ଦୁଃଖିତ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ସହିତ ଘାତଚନ୍ଦ୍ର ଏକତ୍ର ମିଳିତ ହୋଇ ଶାରୀରିକ କଷ୍ଟ ଅନୁଭବ କରିବେ। ଖର୍ଚ୍ଚାନ୍ତ ହେବେ।
କର୍କଟ: ମାଲିମୋକଦ୍ଦମାରେ ବିଜୟୀ ହେବେ। ସେବା ମନୋଭାବର ହୋଇ ପାରନ୍ତି। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଶାନ୍ତି-ସନ୍ତୋଷରେ ଦିନଟି ଅତିବାହିତ ହେବ।
ସିଂହ: ତରବର ନ ହୋଇ ଅପେକ୍ଷାରତ ହେଲେ କାର୍ଯ୍ୟରେ ସଫଳତା ମିଳିବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଶରୀର ସୁସ୍ଥ ରହିବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚକ୍ଷୁପୀଡ଼ା ଭୋଗି ପାରନ୍ତି।
କନ୍ୟା: ଧନ ସଂପଦ ବୃଦ୍ଧି ହୋଇପାରେ। ଭୋଗ ବିଳାସ କରିବେ। ବିନୀତ ସ୍ୱଭାବର ହେବେ। ନିତ୍ୟାନନ୍ଦ ଯୁକ୍ତ ଓ ଗୁଣବାନ ହୋଇପାରନ୍ତି। ବହୁବିଧା ପାରଙ୍ଗମ ହେବେ। ବ୍ୟବସାୟ ଲାଭଜନକ ହେବ। ସମ୍ମାନିତ ହେବେ।
ତୁଳା: ଲାଗି ରହିଥିବା ବିବାଦର ସମ୍ମୁଖୀନ ହେବେ। ଶାସ୍ତ୍ରପଟୁ, ପୁଣ୍ୟଦେହୀ ହେବେ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ରାଜବଂଶ ପୂଜିତ ହେବେ। ଯଶସ୍ୱୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ବିଛା: ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ। ପରିଶ୍ରମର ମୂଲ୍ୟ ମିଳିବ। ପାରିବାରିକ ସୁଖ ସମୃଦ୍ଧି ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହୋଇପାରେ। ଉଚ୍ଚ ଆଶା ଫଳବତୀ ହେବ।
ଧନୁ: ଆଶାବାଦୀ ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଅସୁସ୍ଥତାରୁ ଆରୋଗ୍ୟ ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଉତ୍ତମ ଭୋଜନ ମିଳିପାରେ। ସରକାରୀ ବା ବନ୍ଧୁ ସହାୟତା ପାଇ ଖୁସି ହେବେ।
ମକର: ଅନୁସନ୍ଧାନରେ ସଫଳତା ଲାଭ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ। ବନ୍ଧୁ ସହାୟତା ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୀରୋଗ ରହିବେ।
କୁମ୍ଭ: ବାଧା ବିଘ୍ନ ଉପୁଜିଲେ ବି କାର୍ଯ୍ୟରେ ଆଗକୁ ବଢ଼ିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ। କାର୍ଯ୍ୟକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ।
ମୀନ: ଆୟ ବୃଦ୍ଧିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହେବେ। ଚିତ୍ତ ପ୍ରସନ୍ନ ରହିବ। ସ୍ଥାନାଧିକାର କରିପାରନ୍ତି। ଉତ୍ତମ ଗୁଣର ଆଧାର ହେବେ। ନୀତିନିଷ୍ଠ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ଭେଦନୀତିର ମୂଳଧାରା ହେବ।

Leave A Reply