ଚର୍ଚ୍ଚ ନିକଟରେ ୨୪ ଜଣଙ୍କୁ ଗୁଳିକରି ହତ୍ୟା

ଓଗାଡୋଗୁ: ବୁର୍କିନା ଫାସୋରେ ଥିବା ଏକ ଚର୍ଚ୍ଚ ନିକଟରେ ୨୪ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ଚର୍ଚ୍ଚର ଜଣେ ଧର୍ମଯାଜକ ବି ସାମିଲ ଅଛନ୍ତି। କିଛିଦିନ ଧରି ଅଶାନ୍ତ ଥିବା ଏହି ପଶ୍ଚିମ ଆଫ୍ରିକୀୟ ଦେଶରେ ଜଣେ ଧାର୍ମିକ ନେତାଙ୍କୁ ବିରୋଧ କରି ଏହି ଆକ୍ରମଣ କରାଯାଇଛି। ଆକ୍ରମଣ ପରେ ସେଠାରୁ ୩ ଜଣଙ୍କ ଅପହରଣ କରି ନିଆଯିବା ସହିତ ଦୁର୍ବୃତ୍ତମାନେ ଚର୍ଚ୍ଚରେ ନିଆଁ ଲଗାଇଦେଇଛନ୍ତି। ୟାଘା ପ୍ରଦେଶର ପାସନୀ ଅନ୍ତର୍ଗତ କସ୍‌ବେ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଥିବା ବାଉନ୍ଦୋରେ କମ୍ୟୁନ୍‌ର ମେୟର ସିହନରୀ ଓସନଗୋଲା ବ୍ରିଗାଡ଼ି କହିଛନ୍ତି।

ଆକ୍ରମଣରେ ୨୦ ଦୁର୍ବୃତ୍ତ ସାମିଲ ଥିଲେ। ସେମାନେ ଚର୍ଚ୍ଚ ନିକଟରେ ପହଞ୍ଚି ପୁରୁଷ ଏବଂ ମହିଳାମାନଙ୍କୁ ପ୍ରଥମେ ଅଲଗା କରିଦେଇଥିଲେ। ପରେ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚର୍ଚ୍ଚ ବାହାରେ ହୋଇଥିବା ଏହି ଆକ୍ରମଣରେ ମୃତକଙ୍କ ମଧ୍ୟରେ କିଛି ମୁସଲମାନ ଥିବା ଜଣାପଡ଼ିଛି।

Comments are closed.