୨୪ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ମୋହନା : ମଙ୍ଗଳବାର ସକାଳ ପ୍ରାୟ ୧୧ଟା ସମୟରେ ଲୁହାଗୁଡ଼ି ଅଂଚଳରେ ମୋହନା ଥାନା ଏସ୍‌ଆଇ ପିଙ୍କି ମୁର୍ମୁ ଓ କର୍ମଚାରୀମାନେ ମିଳିତଭାବେ ପେଟ୍ରୋଲିଙ୍ଗ କରୁଥିବାବେଳେ କମଳାପୁର ନାକା ପଏଣ୍ଟ ଠାରେ ଏକ ସ୍କୋରପିଓ ଗାଡ଼ିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାବେଳେ ଗାଡିର ପଛ ପଟ ସିଟ ଉପରେ ଏକ ଜରି ବସ୍ତାରେ ରହିଥିବା ୨୪କିଲୋ ଗଞ୍ଜେଇ ଜବତ କରିଥିଲେ । ଯାହାର ଅନୁମାନିକ ବଜାର ମୂଲ୍ୟ ୧.୨ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ସୁଜିତ କୁମାର ନାୟକ କହିଛନ୍ତି । ବିଡ଼ିଓ ତଥା ମାଜିଷ୍ଟ୍ରେଟ ବଂଶୀଧର ଖୋସ୍ଲାଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ଓଜନ କରାଯାଇଥିଲା। ଗଞ୍ଜେଇ ମାଫିଆ ବିହାର ରାଜ୍ୟର ନିଖିଳ କୁମାର ସିଂ ଓ ଦିନେଶ ରାମକୁ ଘଟଣାସ୍ଥଳରୁ ଗିରଫ କରିବା ସହ ସ୍କୋରପିଓ ଗାଡ଼ିକୁ ଜବତ କରି ଅନୁସନ୍ଧାନ ଜାରୀ ରହିଥିବା ଜଣାପଡିଛି।

Comments are closed.