ଲକ୍ଷ୍ନୌରେ ଆରମ୍ଭ ହେଲା ୨୩ତମ ଜାତୀୟ ଯୁବ ଉତ୍ସବ

ଲକ୍ଷ୍ନୌ: ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକ ଅବସରରେ ଆଜି ଲକ୍ଷ୍ନୌଠାରେ ଏକ ଆଡମ୍ବରପୂର୍ଣ୍ଣ ଉଦ୍‍ଘାଟନୀ ଉତ୍ସବ ସହିତ ୨୩ତମ ଜାତୀୟ ଯୁବ ଉତ୍ସବ-୨୦୨୦ ଆରମ୍ଭ ହୋଇଛି। ସମଗ୍ର ଦେଶରୁ ସେଠାରେ ଏକତ୍ରିତ ହୋଇଥିବା ଯୁବକଯୁବତୀମାନଙ୍କୁ ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ୨୦୨୦ ମସିହା ସୁଦ୍ଧା କେବଳ ସ୍ଥାନୀୟ ସାମଗ୍ରୀ କ୍ରୟ କରିବାର ପ୍ରୟାସ କରିବାକୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଦେଶବାସୀ ଉପକୃତ ହେବେ ବୋଲି ସେ କହିଛନ୍ତି।

ଏହି ପାଞ୍ଚଦିନିଆ ଉତ୍ସବକୁ ଉଦ୍‍ଘାଟନ କରି ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରୀ କିରେନ୍‍ ରିଜ୍ଜିଜୁ କହିଛନ୍ତି’ ଦେଶର ଯୁବ ପ୍ରତିଭାମାନଙ୍କୁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ସୁବିଧା ପ୍ରଦାନ କରୁଛନ୍ତି। ଆସନ୍ତା ୨୦୨୮ ମସିହାରେ ଆମେରିକାରରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‍ ପ୍ରତିଯୋଗିତାରେ ଭାରତ ଶ୍ରେଷ୍ଠ ୧୦ଟି ସ୍ଥାନ ମଧ୍ୟରେ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି’ ଅଲିମ୍ପିକ୍ସ ଭଳି ସର୍ବୋଚ୍ଚ ସ୍ତରର ପ୍ରତିଯୋଗିତାରେ ସଫଳ ହେବା ପାଇଁ ଅନ୍ୟୂନ ୧୦ବର୍ଷର ପ୍ରସ୍ତୁତି ଆବଶ୍ୟକ ଏବଂ ସରକାର ସେହି ଦିଗରେ ଅଗ୍ରସର ହେଉଛନ୍ତି।

Comments are closed.