ରାଜ୍ୟରେ ୨୩୭ ନୂଆ ଆକ୍ରାନ୍ତ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୭ ଜଣ ନୂଆ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲାରେ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୩୯ ଓ ସ୍ଥାନୀୟ ସଂକ୍ରମିତ ୯୮ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୯ ଜଣ ରହିଛନ୍ତି । ବାଲେଶ୍ୱର ଜିଲାରେ ୫, ବଲାଙ୍ଗିର ୫, ବଉଦ ୧, କଟକ ୧୯, ଢେଙ୍କାନାଳ ୩, ଗଞ୍ଜାମ ୧, ଜଗତସିଂହପୁରରେ ୩ ଚିହ୍ନଟ ହୋଇଛନ୍ତି । ଯାଜପୁର ୮, ଝାରସୁଗୁଡା ୪, କେନ୍ଦ୍ରାପଡା ୩, କେନ୍ଦୁଝର ୧, ଖୋର୍ଦ୍ଧା ୧୧୩, ମୟୁରଭଞ୍ଜ ୮, ନୟାଗଡ ୨, ପୁରୀ ୩, ସମ୍ବଲପୁର ୧୩, ସୁନ୍ଦରଗଡ ୧୬ ଏବଂ ଷ୍ଟେଟପୁଲରୁ ୨୭ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୨୦୩ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୩୭୦ ସକ୍ରିୟ ସଂକ୍ରମିତ ଅଛନ୍ତି ।

Comments are closed.