ପୁଣି ବଢିଲା; ଦେଶରେ ୨୩,୫୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩,୫୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦୁଇଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହୁଥିବାବେଳେ ବୁଧବାର ତାହା ପୁଣିି ୨୩ ହଜାର ଟପିଛି । ସେହି ସମୟ ମଧ୍ୟରେ ୨୮,୭୧୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ମୋଟ ପରୀକ୍ଷା କରାଯାଉଥିବା ନମୁନା ମଧ୍ୟରୁ ୦.୮୨% ସଂକ୍ରମିତ ବାହାରୁଛନ୍ତି । ସଂପ୍ରତି ଦୈନିକ ସଂକ୍ରମଣ ହାର ୧.୫୬% ଏବଂ ସାପ୍ତାହିକ ସଂକ୍ରମଣ ୧.୭୪% ରହିଛି । ଦେଶରେ ସଂପ୍ରତି ୨,୭୭,୦୨୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ସେହି ସମୟରେ ଦେଶରେ ଆରୋଗ୍ୟ ହାର ୯୭.୮୫% ରହିଥିବା ଜଣାଯାଇଛି । ବୁଧବାର ସଂଧ୍ୟାସୁଦ୍ଧା ଦେଶରେ ମୋଟ ୫୬.୮୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ଦେଶରେ ୮୮.୩୪ କୋଟି ପାନ ଟିକାଦାନ କରାଯାଇଛି ।

Comments are closed.